ଭୁବନେଶ୍ବର: ଓଡ଼ିଶା ଅଣଗେଜେଟେଡ୍ ବନ ସେବାସଂଘର ୫୩ତମ ସାଧାରଣ ଅଧିବେଶନ ଭର୍ଚୁଆଲରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ଷେତ୍ର କର୍ମଚାରୀ ଯଥା ଡେପୁଟି ରେଞ୍ଜର୍, ଫରେଷ୍ଟର୍ ଓ ଫରେଷ୍ଟଗାର୍ଡମାନଙ୍କର ବିଭିନ୍ନ ସମସ୍ୟାର ଆଶୁ ସମାଧାନ ସହ ଜଙ୍ଗଲ, ବନ୍ୟଜନ୍ତୁ, ଜୈବବିବିଧତାରେ କିଭଳି ଉନ୍ନତି ହୋଇପାରିବ, ସେ ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସଂଘର ନିର୍ବାଚନ ହୋଇଥିଲା। ଏଥିରେ ବାରିପଦା ବନଖଣ୍ଡର ଖଗେଶ୍ୱର ସେଠୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ବୌଦ୍ଧ ବନଖଣ୍ଡର ଜଗବନ୍ଧୁ ପାତ୍ର ସଭାପତି, କଳାହାଣ୍ଡି ବନଖଣ୍ଡର ଭବାନୀ ପରିଚ୍ଛା ଉପସଭାପତି-୧, ରାଇରଙ୍ଗପୁର ବନଖଣ୍ଡର ପ୍ରଭାତ ରଞ୍ଜନ ମହାନ୍ତ ଉପସଭାପତି-୨, ନଗର ବନଖଣ୍ଡ ଭୁବନେଶ୍ୱରର ଦିଲ୍ଲୀପ କୁମାର ମିଶ୍ର ସାଧାରଣ ସମ୍ପାଦକ, ଢେଙ୍କାନାଳ ବନଖଣ୍ଡର ହିମାଂଶୁ ପୃଷ୍ଟି ଯୁଗ୍ମ ସମ୍ପାଦକ-୧, ଜୟପୁର ବନଖଣ୍ଡର ରବୀନ୍ଦ୍ର କୁମାର ପ୍ରଧାନ ଯୁଗ୍ମସମ୍ପାଦକ-୨, ପାରଳାଖେମୁଣ୍ଡି ବନଖଣ୍ଡର ସନ୍ତୋଷ କୁମାର ବିଶୋୟୀ ରତ୍ନ ସହସମ୍ପାଦକ-୧, ଆଠଗଡ଼ ବନଖଣ୍ଡର ଆଶିଷ କୁମାର ନାୟକ ସହସମ୍ପାଦକ-୨, ନଗର ବନଖଣ୍ଡ ଭୁବନେଶ୍ୱରର କମଳାକାନ୍ତ ଶ୍ରୀଚନ୍ଦନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ଓଡ଼ିଶା ଅଣଗେଜେଟେଡ୍ ବନ ସେବାସଂଘର ୫୩ତମ ସାଧାରଣ ଅଧିବେଶନ
/sambad/media/post_attachments/wp-content/uploads/2021/10/65fsh654sfh65sh4f65shfhsfsfhshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)