ଭୁବନେଶ୍ୱର: ଏକ ଘରୋଇ ହସ୍ପିଟାଲରୁ ୨୩ ଜଣ କର୍ମଚାରୀଙ୍କ ସମେତ ଭୁବନେଶ୍ୱରରୁ ଆଜି ମୋଟ୍ ୫୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୨୨୦ ଜଣ ଓ ସ୍ଥାନୀୟ ଅଂଚଳରୁ ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ ପରିସରରୁ ଆଜଯାଏଁ ୧୧ ହଜାର ୨୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୬୯୩୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ୪ ହଜାର ୨୮୨ ଜଣ ଆକ୍ରାନ୍ତ ଚିକିତ୍ସାଧୀ ଥିବା ବେଳେ ୪୪ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/09/71108d20-b74d-4351-8324-c7633999301d-693x1024.jpg)
ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧୬ ଜଣ ପୁଲିସ୍ କର୍ମଚାରୀଙ୍କୁ କରୋନା ଭାଇରସ ସଂକ୍ରମଣ ରହିଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସର, ୟୁନିଟ-୬ରୁ ୯ ଜଣ ଲେଖାଏଁ, ନିଳାଦ୍ରୀ ବିହାର ପଣ୍ଡା ପାର୍କରୁ ୭ ଜଣ, ଝାରପଡ଼ା ମହାବୀର ନଗରରୁ ୬ ଜଣ, ମାଷ୍ଟର କ୍ୟାଣ୍ଟିନରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/09/4a3edbec-da88-4365-a025-e95759937fa5-614x1024.jpg)
ସ୍ଥାନୀୟ ଅଂଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପଟିଆ ଓ ଭୀମପୁର କେଳାବସ୍ତିରୁ ୧୧ ଜଣ ଲେଖାଏଁ ଅଛନ୍ତି। ସେହିପରି ୧୧ ଜଣ ବ୍ୟାଙ୍କ କର୍ମଚାରୀ ମଧ୍ୟ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଭାଇରସ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ନୂଆସାହି ଚିନ୍ତାମଣିଶ୍ୱରରୁ ୭-୭ ଜଣ, ଖଣ୍ଡଗିରି, ମଂଚେଶ୍ୱର, ସୁନ୍ଦରପଦାରୁ ୬ ଜଣ ଲେଖାଏଁ, ଭିଏସ୍ଏସ୍ ନଗର, ନିଳାଦ୍ରୀ ବିହାର, ନହରକଣ୍ଟାରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/09/9cb86f0e-73f1-4b14-9cdb-a1eb4a6e5db8-690x1024.jpg)
ବିଏମ୍ସିର ସୂଚନା ଅନୁସାରେ ଆଜି ପଟିଆ ବିଗ୍ବଜାର ଅଂଚଳରୁ ୨୪ ଜଣ, ନିଳାଦ୍ରୀ ବିହାର ବସ୍ତି ଅଂଚଳରୁ ୧୦ ଜଣ, ନିଳାଦ୍ରୀ ବିହାର ସେକ୍ଟର-୧ ଅଂଚଳରୁ ୯ ଜଣଙ୍କ ସମେତ ଭୁବନେଶ୍ୱରରୁ ମୋଟ ୩୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/541-found-in-bbsr-02_Thumb.jpg)