ଭୁବନେଶ୍ବର: ‘ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆକାଉଟଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ’(ଆଇସିଏଆଇ)ର ଭୁବନେଶ୍ବର ଚାପ୍ଟର ପକ୍ଷରୁ ୫୪ତମ ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିର ନୂଆପଲ୍ଲୀସ୍ଥିତ ସିଏମ୍ଏ ଭବନରେ ଅନୁଷ୍ଠିତ ହୋଇଯାଇଛି। କମିସନରେଟ୍ ପୁଲିସ ଓ ଭୁବନେଶ୍ବର ରୋଟାରି କ୍ଲବ୍ ଫ୍ରେଣ୍ଡସ୍, ବିଏମ୍ସି ହସ୍ପିଟାଲ୍ର ବୈଷୟିକ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି, ପରିଷଦର ସଭ୍ୟ ତଥା କର୍ପୋରେଟ୍ ଆଇନ କମିଟିର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
୭ଶହରୁ ଊର୍ଦ୍ଧ୍ବ ସିଏମ୍ଏ ଛାତ୍ରଛାତ୍ରୀ, ସଭ୍ୟସଭ୍ୟା, ଶିକ୍ଷକ, ଶିକ୍ଷୟିତ୍ରୀ ଅଶଂଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚାପ୍ଟରର ଅଧ୍ୟକ୍ଷ ଆଶୁତୋଷ ଦେବତା, କୋଚିଂ କମିଟିର ଅଧ୍ୟକ୍ଷ ଶାନ୍ତନୁ କୁମାର ରାଉତ, ପିଡି କମିଟିର ଅଧ୍ୟକ୍ଷ ଶକ୍ତିଧର ସିଂହ, ରାମବଲ୍ଲଭ ମିଶ୍ର, ନୀଳମଣି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୨୦୨୨ ମସିହାର ବିଭିନ୍ନ ଟର୍ମର କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ସର୍ବଭାରତୀୟ ୨୪ରେ ସ୍ଥାନ ପାଇଥିବା ଅରବିନ୍ଦ ଜେନା ଓ ୩୦ରେ ସ୍ଥାନ ଅଧିକାର କରିଥିବା ରାଜକିଶୋର ବାଇଙ୍କୁ ଚାପ୍ଟର ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଏହି ଶିବରରୁ ୧ଶହ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଭୁବନେଶ୍ବର ଚାପ୍ଟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାସହ ୭୦ବର୍ଷରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।