ଜଟଣୀ: ସ୍ୱାଧୀନତା ସଂଗ୍ରାମୀ ତଥା କୃଷକ ଓ ଶ୍ରମିକ ଆନ୍ଦୋଳନର ପୁରୋଧା ଓ ଓଡ଼ିଶା ଶିକ୍ଷା ଆନ୍ଦୋଳନର ପ୍ରବର୍ତ୍ତକ ବିପ୍ଳବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୫୫ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ପ୍ରାଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି। ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ୍‌ରର ଅଧ୍ୟକ୍ଷ ଅବନୀ ରାଉତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍‌ର ସାଧାରଣ ସମ୍ପାଦକ ଜବାହରଲାଲ ସୁବୁଦ୍ଧି, ଦିବାକର ମଙ୍ଗରାଜ, ଆଦିନାରାୟଣ ଖଣ୍ଡୁଆଳ, ସାରଙ୍ଗଧର ବେହେରା, ରବୀନ୍ଦ୍ର ପ୍ରସାଦ ମିଶ୍ର, ପଦ୍ମନାଭ ପାଣିଗ୍ରାହୀ, ଅରୁଣ କୁମାର ମହାନ୍ତି, ବିଜୟ ପଣ୍ଡା, ବାସୁଦେବ ସେଠୀ, ସୁଶାନ୍ତ ରାଉତ, ପ୍ରବୀର କୁମାର ମହାନ୍ତି, ରଜନୀକାନ୍ତ ପଣ୍ଡା, ସଞ୍ଜୀବ କୁମାର, ସୁକାନ୍ତ କୁମାର ଆଚାର୍ଯ୍ୟ, କିଶୋର ଚନ୍ଦ୍ର ପାଇକରାୟ, ଶିବ ପ୍ରସାଦ ରଥ, ଶରତ ଚନ୍ଦ୍ର ପାଇକରାୟ, ଆଶୁତୋଷ ରାୟ, ଧିରେନ ପ୍ରତିହାରୀ, ନିଳାମ୍ବର ମିଶ୍ର, ବି ଭି ରମଣା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପଟ୍ଟନାୟକଙ୍କ ବିପ୍ଳବୀ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏଥିସହ ଛାତ୍ର ଓ ଯୁବ ସମାଜ ପ୍ରାଣନାଥ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦିଆଯାଇଛି।

Advertisment

ଏହି ଅବସରରେ ପ୍ରାଣନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ନଟବର ସାଇଁ ଧନ୍ୟବାଦ ଦେଇଥିଲେ। ଅନ୍ୟପଟେ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ ଜୟନ୍ତୀ ପାଳନ ଅବସରରେ ବାଜି ରାଉତଙ୍କ ଦେଶପ୍ରେମ ଓ ଦେଶ ମାତୃକାର ରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା।