ସୁର ଭାଇଙ୍କ ଜୟନ୍ତୀ‌ରେ ରକ୍ତଦାନ ଶିବିର, ୫୬ୟୁନିଟ୍‍ ରକ୍ତ ସଂଗ୍ରହ

ପୁରୁଣା ଭୁବନେଶ୍ୱର: ସୁର ରାଉତରାୟ ଜୟନ୍ତୀ କମିଟି ପକ୍ଷରୁ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୭୬ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜନେତା ଆସି ଶ୍ରୀ ରାଉତରାୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଉପଲକ୍ଷେ ସମ୍ୱାଦ ‘ଆମ ଓଡ଼ିଶା’ ଓ ଜୟନ୍ତୀ କମିଟିର ମିଳିତ ଅନୁକୂଲ୍ୟରେ ମାଉସୀ ମା’ ଛକଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୫୬ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି। କ୍ୟାପିଟାଲ ହସ୍‍ପିଟାଲ ବ୍ଲଡ୍‍ ବ୍ୟାଙ୍କ ଟିମ୍‍ ଏହି ରକ୍ତ ସଂଗ୍ରହ କରିଥିଲା। ପୂର୍ବାହ୍ନରେ ଜୟନ୍ତୀ କମିଟି ପକ୍ଷରୁ ବିଏମ୍‍ସି ହସ୍ପିଟାଲ ଓ ଲିଙ୍ଗରାଜ ମନ୍ଦିରରେ ଫଳ ବଣ୍ଟନ, ରାମେଶ୍ୱର ମନ୍ଦିରରେ ବୃକ୍ଷରୋପଣ ଓ ବନ୍ଧୁ ମିଳନ, ମାଉସୀ ମା’ ଛକଠାରେ ଭଜନ ସମାରୋହ, ନୃତ୍ୟ ପ୍ରତିଯୋଗିତା ଓ ମେଲୋଡି ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ତିରୁପତି ପାଣିଗ୍ରାହୀ, ମାନସ ରଞ୍ଜନ ଚୌଧୁରୀ, ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ପ୍ରକାଶ ଜେନା, ବେଣୁଧର ଭୋଇ, ଦୀପକ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂଗ୍ରାମ ପାଇକରାୟ, ବିଜେପି ନେତା ସମୀର ମହାନ୍ତି, ଅମିୟ ଦାଶ, ମଦନ ମୋହନ ପ୍ରଧାନ, ବାବୁ ସିଂ, ଶିବ ପ୍ରସାଦ ବେହେରା, ଜୟନ୍ତୀ କମିଟିର ସଂଗଠନ ସଂପାଦକ ଜୟକୃଷ୍ଣ ମଲିଆ ପ୍ରମୁଖଙ୍କ ସମେତ ବହୁ ଯୁବକ ସାମିଲ ଥିଲେ। ଏହି ଅବସରରେ କବୟିତ୍ରୀ କୁମୁଦିନୀ ବେହେରା, କ୍ରୀଡ଼ାବିତ ଦୀପକ ମଙ୍ଗରାଜ, ବରିଷ୍ଠ ସେବାୟତ କାଶୀନାଥ ପୂଜାପଣ୍ଡା ଓ ଶିଶୁ ନୃତ୍ୟଶିଳ୍ପୀ ସ୍ନେହଶ୍ରୀ ସାହୁଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଜଟଣୀ ରେଲୱେ ହସ୍ପିଟାଲରେ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର