ଭୁବନେଶ୍ବର: ମଞ୍ଚେଶ୍ବର ଯୋଗଜିଲ୍ଲା ପକ୍ଷରୁ ଭାରତୀୟ ଯୋଗ ସଂସ୍ଥାନର ୫୭ତମ ପ୍ରତିଷ୍ଠା ଦିବସ ମଞ୍ଚେଶ୍ବର ଗ୍ରିନ୍‌ ପାର୍କରେ ପାଳିତ ହୋଇଯାଇଛି। ଏଥିରେ ଆଦିମାତା କଲୋନି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ମୁଖ୍ୟ ରାଜଯୋଗୀ ବ୍ରହ୍ମାକୁମାରୀ ମଞ୍ଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ, ପ୍ରାଣାୟାମ ଓ ରାଜଯୋଗ ମାଧ୍ୟମରେ ମଣିଷ କିପରି ସୁସ୍ଥ ଜୀବନଯାପନ କରିପାରିବ, ତାହା ଉପରେ ଆଲୋକପାତ କରିଥିଲେ।

Advertisment

ମଞ୍ଚେଶ୍ବର ଯୋଗ ଜିଲ୍ଲାର ଜିଲ୍ଲା ପ୍ରଭାରୀ ଶକୁନ୍ତଳା ବେହେରା ଓ ମଞ୍ଚେଶ୍ବର ଯୋଗଜିଲ୍ଲାର ଜିଲ୍ଲା ପ୍ରଧାନ ପ୍ରତାପ ଜେନା, ମଞ୍ଚେଶ୍ୱର ଯୋଗଜିଲ୍ଲାର ଜିଲ୍ଲା ମନ୍ତ୍ରୀ ଭଗବାନ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚେଶ୍ବର ଯୋଗ ଜିଲ୍ଲାର ଜିଲ୍ଲା ସଂଗଠନ ମନ୍ତ୍ରୀ ପ୍ରଭାସିନୀ ସ୍ବାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଦକ୍ଷିଣ କାଳୀ କ୍ଷେତ୍ରର କ୍ଷେତ୍ର ପ୍ରଧାନ ଦୁର୍ଗାଚରଣ ରାଉତରାୟ ଧନ୍ୟବାଦ ଦେଇଥିଲେ। ମଞ୍ଚେଶ୍ବର ଯୋଗ ଜିଲ୍ଲାର ବିଭିନ୍ନ ଯୋଗକେନ୍ଦ୍ରରୁ ୧୫୦ରୁ ଊର୍ଦ୍ଧ୍ବ ସାଧକ/ସାଧିକା ଯୋଗାଭ୍ୟାସ କରିଥିଲେ।