ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ

ଭୁବନେଶ୍ୱର: ଆଜି ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ଭୋର ୩ଟା ୩୦ ମିନିଟରେ ସେ ମନ୍ଦିରରେ ପହଂଚିଥିଲେ । ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟ ନେଇ ତଦାରଖ କରିଥିଲେ । ମନ୍ଦିରର ଚାରିପାଖ ବୁଲି ଦେଖିବା ସହ ପ୍ରାୟ ୧ ଘଣ୍ଟା ଧରି ସେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରହିଥିଲେ | ଲିଙ୍ଗରାଜ ମନ୍ଦିର ସାମ୍ନାରେ ମନ୍ଦିରର ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଥିବା ନକ୍ସାକୁ ଦେଖିଥିଲେ |

ନିକଟରେ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ୮.୫ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ନେଇ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଉଚ୍ଛେଦ କରାଯାଇଥିଲା । ପାଣ୍ଡିଆନଙ୍କ ଗସ୍ତ ସମୟରେ ଡିସିପି ଅନୁପ ସାହୁ, ୱାର୍କ ସେକ୍ରେଟାରୀ କ୍ରିଷନ କୁମାର, ଭୁବନେଶ୍ୱର ଏଡ଼ିଏମ ଅରୁଣ କୁମାର ବେହେରା, ଖୋର୍ଦ୍ଧା ଏଡିଏମ ମନୋରଂଜନ ମଲ୍ଲିକଙ୍କ ସମେତ ମନ୍ଦିର କାର୍ଯ୍ୟନିର୍ବହୀ ପ୍ରଦୀପ କୁମାର ସାହୁ ଉପସ୍ଥିତ ଥିଲେ ।

ଏଠାରେ ସୂଚନା ଥାଉ କି ଲିଙ୍ଗରାଜ ମନ୍ଦିରର ଆଖପାଖରେ ଥିବା ଅଂଚଳକୁ ସୌନ୍ଦର୍ଯ୍ୟକରଣ ପାଇଁ ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ଓ ପୁଲିସର ମିଳିତ ସ୍କ୍ବାଡ୍‌ ପକ୍ଷରୁ ମାର୍କେଟ୍‌ ଭଙ୍ଗା ଯାଇଥିବାବେଳେ ସେଠାରୁ ବାହାରୁଥିବା ଭଗ୍ନାବଶେଷକୁ ଏକ ଘରୋଇ ସଂସ୍ଥା ସଫେଇ କରିଥିଲା |

ସମ୍ବନ୍ଧିତ ଖବର