ଭୁବନେଶ୍ୱର : ଇଣ୍ଟରନାସନାଲ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ ବା ଆଇଏମ୍ଆଇ ଭୁବନେଶ୍ୱରର ପଞ୍ଚମ ସମାବର୍ତନ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପିଜିଡିଏମ୍ ୨୦୧୫/୧୭ ବ୍ୟାଚ୍ ଓ ପିଜିଡିଏମ୍ ୨୦୧୩/୧୪(ପାର୍ଟ ଟାଇମ୍)ର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିଥି ଭାବେ ଯୋଗ ଦେଇ ନିତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ୨୦୧୫/୧୭ ବ୍ୟାଚ୍ର ପିଜିଡିଏମ୍ରେ ରାମେଶ୍ୱର ବେହେରାଙ୍କୁ ସ୍ୱର୍ଣ୍ଣ ପଦକ ଓ ଦୀପାଞ୍ଜନ ଦତ୍ତଙ୍କୁ ରୌପ୍ୟ ପଦକ ପ୍ରଦାନ କରିଥିଲେ। ଏହାସହ ଦୀପାଞ୍ଜନ ଦତ୍ତଙ୍କୁ ଡ.ରାମ ପ୍ରସାଦ ଗୋଏଙ୍କା ଶ୍ରେଷ୍ଠ ଛାତ୍ର ମେଡାଲ ଓ ରାମେଶ୍ୱର ବେହେରାଙ୍କୁ ନିର୍ଦେଶକ ମେଡାଲ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଶ୍ରୀ କୁମାର କହିଲେ, ୨୦୩୯ ମସିହା ସୁଦ୍ଧା ଭାରତ ବିଶ୍ୱରେ ଅର୍ଥନୈତିକ ସୁପରପାଓ୍ଵାର ହେବାକୁ ଯାଉଛି। ତେଣୁ ଦେଶରେ ଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଦିଗରେ ଆଇଏମ୍ଆଇ ସଫଳ ହେବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଏମ୍ଆଇ ଭୁବନେଶ୍ୱର ନିର୍ଦେଶକ ପ୍ରଫେସର ରମେଶ ବେହେରା, ମହାସଚିବ ପ୍ରଫେସର ଦେବାଶିଷ ଚାଟାର୍ଜୀ ପ୍ରମୁଖ ଛାତ୍ରଛାତ୍ରୀଙ୍କ ଉଦ୍ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୪ଶହ ଛାତ୍ରଛାତ୍ରୀ, ବରିଷ୍ଠ ସରକାରୀ ଅଧିକାରୀ, ବିଭିନ୍ନ କର୍ପୋରେଟ ସଂସ୍ଥା କର୍ମକର୍ତା, ଆଇଏମ୍ଆଇର କର୍ମକର୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/imi-convocation.jpg)
