ଚନ୍ଦ୍ରଶେଖରପୁର : ସାଇ ତୁମେ ଆସିବ କି..ପ୍ରଭୁ ତୁମେ ଆସିବ କି...ମୋ ଶୂନ୍ୟ ମନ ମନ୍ଦିରେ। ଏମିତି କିଛି ଭକ୍ତିଭାବପୂର୍ଣ୍ଣ ଭଜନ, ଭକ୍ତଙ୍କର ଗହଳଚହଳ ଆଉ ସାଇ ପାଲିଙ୍କି ଯାତ୍ରା ପଟିଆଗଡ଼କୁ ସମ୍ପୂର୍ଣ୍ଣ ଭାବରେ ସାଇମୟ କରିଥିଲା। ଅବସର ଥିଲା ପଟିଆ ଶିରିଡ଼ି ସାଇ ମନ୍ଦିରର ୫ମ ବାର୍ଷିକ ମହୋତ୍ସବର ଅନ୍ତିମ ଦିବସ। ସୋମବାରଠାରୁ ସାଇଶକ୍ତି ଟ୍ରଷ୍ଟ, ସାଇଭୂମି, ପଟିଆ ପକ୍ଷରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ କରୁଣାବତାର ଶ୍ରୀ ଶ୍ରୀ ଶିରିଡ଼ି ସାଇବାବାଙ୍କ ଶ୍ରଦ୍ଧା ଓ ପ୍ରେମଭାବ ସମଗ୍ର ପଟିଆଗଡ଼ ଅଞ୍ଚଳକୁ ଆଚ୍ଛାଦିତ କରି ରଖିଥିଲା। ଏହି ଅବସରରେ ବାବାଙ୍କର ବିଭିନ୍ନ ରିତୀନୀତି ସହିତ ଜଳଯାତ୍ରା, ଗୋପୂଜା, ସୂର୍ଯ୍ୟପୂଜା, ସାଇନାଥ ଅଭିଷେକ ଆଦି ଅନୁଷ୍ଠିତ ହୋଇଥିଲା। ଦିବ୍ୟ ପ୍ରବଚନବାଣୀ ଓ ଶ୍ରୀରାମ କଥା, ସାଇ ଭଜନ ସନ୍ଧ୍ୟା ଭଳି ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଅନ୍ତିମ ସନ୍ଧ୍ୟାରେ ବିଶିଷ୍ଟ ଭଜନ ଗାୟକ ଅନିଲ ବାଓ୍ଵରାଙ୍କ ପରିବେଷିତ ସାଇ ଭଜନ ଭକ୍ତଙ୍କୁ ଭକ୍ତିରସରେ ଭିଜେଇଥିଲା। ସେହିପରି ଦିଲୀପ ଷଡ଼ଙ୍ଗୀ, ଟି ସୌରୀ ପ୍ରମୁଖ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ରାଜଧାନୀର ଭିନ୍ନ ଭିନ୍ନ ଦଶଟି ସାଇ ମନ୍ଦିରରୁ ଆସିଥିବା ସାଇ ପାଲିଙ୍କି ମଧ୍ୟ ସାଜିଥିଲା ପ୍ରମୁଖ ଆକର୍ଷଣ। ରାଜଧାନୀର ବିଭିନ୍ନ ସ୍ଥାନରୁ ଶହ ଶହ ଭକ୍ତ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ବାବାଙ୍କ ଆଶିଷ ଲାଭ କରିଥିଲେ। ସାଇଶକ୍ତି ଟ୍ରଷ୍ଟ, ପଟିଆର କାର୍ଯ୍ୟକର୍ତ୍ତାମାନେ ଚାରିଦିନ ବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଅନିଲ ବାଓ୍ଵରାଙ୍କ ଭଜନରେ ଭିଜିଲେ ଭକ୍ତ
ପଟିଆ ଶିରିଡ଼ି ସାଇ ମନ୍ଦିରର ୫ମ ବାର୍ଷିକ ମହୋତ୍ସବ
/sambad/media/post_attachments/wp-content/uploads/2018/02/sai-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)