ଐତିହ୍ୟ ସଂରକ୍ଷଣ ପାଇଁ ଏକକ ଅନୁଷ୍ଠାନ ହେଉ

୫ମ ଅନ୍ତର୍ଜାତୀୟ ଐତିହ୍ୟ ନଗରୀ ସମ୍ମିଳନୀ

ଚନ୍ଦ୍ରଶେଖରପୁର : ରାଜଧାନୀ ତଥା ରାଜ୍ୟରେ ଥିବା ବିଭିନ୍ନ ଐତିହ୍ୟଗୁଡ଼ିକର ସଂରକ୍ଷଣ ନିମନ୍ତେ ଏକକ ଅନୁଷ୍ଠାନର ଆବଶ୍ୟକତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ଵାନ। ରାଜ୍ୟ ସରକାର, ଇନ୍‌ଟାକ୍‌ଠୁ ଆରମ୍ଭ କରି ଏଏସ୍‌ଆଇ, ଷ୍ଟେଟ୍‌ ଆର୍କିଓଲୋଜି, ୟୁନେସ୍କୋ ଆଦି ପ୍ରମୁଖ ସଂସ୍ଥାଗୁଡ଼ିକ ଏକତ୍ର ହୋଇ ଗୋଟିଏ ଅନୁଷ୍ଠାନ ପ୍ରତିଷ୍ଠା କଲେ ତାହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ। ଆଜି ପଞ୍ଚମ ଅନ୍ତର୍ଜାତୀୟ ଐତିହ୍ୟ ନଗରୀ ସମ୍ମିଳନୀର ଦ୍ୱିତୀୟ ଦିବସରେ ଐତିହ୍ୟ ସମ୍ପର୍କିତ ଆଲୋଚନାଚକ୍ରରେ ଏପରି ମତ ରଖିଛନ୍ତି କଳାକାର, ପ୍ରଶାସକ, ସ୍ଥପତି, ଯୋଜନାପ୍ରସ୍ତୁତକାରୀ ବିଶିଷ୍ଟ ବ୍ୟକ୍ତିବିଶେଷ। ଗୋଟିଏ ରାଜ୍ୟ, ଗୋଟିଏ ପ୍ରକଳ୍ପ ଯୋଜନା, ଐତିହ୍ୟର ଅର୍ଥନୈତିକ ଦିଗ ଆଦି ସମ୍ପର୍କରେ ବିଶଦ ଆଲୋଚନା ସହିତ ସିଏସ୍‌ଆର୍‌ ପାଣ୍ଠିର ଉପଯୋଗର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଗୋଟିଏ ପକ୍ଷରେ ହେରିଟେଜ୍‌ ଡାଇଲଗ୍‌ ସିରିଜ୍‌ ଚାଲିଥିବା ବେଳେ ଏଥିରେ ଅଂଶଗ୍ରହଣ କରିଥିବା ଦେଶବିଦେଶରୁ ଆସିଥିବା ୨୦ଜଣ ପ୍ରତିନିଧି ମନ୍ଦିରମାଳିନୀ ରାଜଧାନୀର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ବିଭିନ୍ନ ଐତିହ୍ୟସମ୍ପନ୍ନ ସ୍ଥାନ ବୁଲି ଦେଖିଥିଲେ। ହେରିଟେଜ୍‌ ଓ୍ଵାକ୍‌ରେ ମୋଟ ୪୦ଜଣ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର