ଚନ୍ଦ୍ରଶେଖରପୁର : ପଞ୍ଚମ କିଟ୍ ଅନ୍ତର୍ଜାତୀୟ ଛାୟା ଜାତିସଂଘ ରବିବାର୍ ଦିନ କିଟ୍ ପରିସରରେ ଉଦ୍ଯାପିତ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିଥିବା ଏହି ଅଧିବେଶନରେ ଦେଶ ବିଦେଶରୁ ୩ ହଜାର ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ। ‘ଦେଶୀୟ ଲୋକଙ୍କ ଅଧିକାର’ ଆଲୋଚନାରେ ୩୦ଟି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୬ଶହରୁ ଅଧିକ ପ୍ରତିନିଧି ଯୋଗଦେଇଥିବା ବେଳେ ଜର୍ମାନୀ, ବାଂଲାଦେଶ, ଆଫଗାନିସ୍ତାନ ଓ ସୁଇଜରଲାଣ୍ଡ ଆଦି ଦେଶର ଛାତ୍ର ପ୍ରତିନିଧି ଉପସ୍ଥିତ ଥିଲେ। ଉଦ୍ଯାପନୀ ଉତ୍ସବରେ ବିଶିଷ୍ଟ ସାମ୍ବାଦିକ ତଥା ଆଜତକ୍ କାର୍ଯ୍ୟନିର୍ବାହୀ ସଂପାଦକ ପୁଣ୍ୟପ୍ରସୁନ୍ନ ବାଜପେୟୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପାରମ୍ପରିକ ଭାବେ ଛାୟା ଜାତିସଂଘ ଅନୁଷ୍ଠିତ ନକରି ସମ୍ବିଧାନ ଓ କାର୍ଯ୍ୟପ୍ରଣାଳୀକୁ ଅତି ନିଖୁଣ ଭାବେ ଅନୁଧ୍ୟାନ ଓ ସମୀକ୍ଷା କରିବା ଉଚିତ।
ଅନ୍ୟମାନଙ୍କ ମଧ୍ୟରେ ୟୁଏ ଗ୍ଲୋବାଲ କମ୍ପାକ୍ଟ ନେଟଓ୍ଵାର୍କ, ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦେଶକ କମଲ୍ ସିଂହ, ଚଳଚ୍ଚିତ୍ର ନିଦେର୍ଶକ ଆର୍ ଏସ୍ ପ୍ରସନ୍ନ ପ୍ରମୁଖ ଯୋଗଦେଇ ଏଭଳି ଛାୟା ଜାତିସଂଘର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିିଲେ। କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷିକେଶ ମହାନ୍ତି, ଉପକୁଳପତି ପ୍ରଫେସର ରାମବାବୁ କୋଦାଲି, କୁଳସଚିବ ଡ଼.ସସ୍ମିତାରାଣୀ ସାମନ୍ତ ଏବଂ ଛାତ୍ରସେବା ନିର୍ଦେଶିକା ଡ଼.ସୁଚେତା ପ୍ରିୟବାଦିନୀ ପ୍ରମୁଖ ଏହି ତିନିଦିନିଆ ଛାୟା ଜାତିସଂଘରେ ଉପସ୍ଥିତ ଥିଲେ। ଜାତିସଂଘର ୧୮ଟି କମିଟିକୁ ଛାତ୍ର ପ୍ରତିନିଧିମାନେ ମନୋନୀତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।