ଧଉଳି: ଓଡ଼ିଶା ପର୍ଯ୍ୟଟନ ବିଭାଗ ନିଜେ ତିଆରି କରିଥିବା ନିୟମକୁ ଆଜି ନିଜେ ଭାଙ୍ଗିଛି। ପର୍ଯ୍ୟଟକମାନେ ସର୍ଟଲ ବସ୍ରେ ପାର୍କିଂ ସ୍ଥଳରୁ ଧଉଳି ଶାନ୍ତିସ୍ତୂପକୁ ଯିବା ପାଇଁ ପର୍ଯ୍ୟଟନ ବିଭାଗ ନିୟମ ପ୍ରଣୟନ କରିଥିଲା। କିନ୍ତୁ ଆଜି ଅପରାହ୍ଣରେ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା। ନିୟମ ଉଲ୍ଲଙ୍ଘନ କରି ପର୍ଯ୍ୟଟନ ବିଭାଗର ୬ଟି ବଡ଼ ବସ୍ ପାର୍କିଂ ସ୍ଥଳରେ ନରହି ସିଧାସଳଖ ଶାନ୍ତିସ୍ତୂପ ଉପରକୁ ମାଡ଼ି ଯାଇଥିଲା। ଫଳରେ ଉକ୍ତ ବସ୍ଗୁଡ଼ିକରେ ଥିବା ୩୦୦ ପର୍ଯ୍ୟଟକଙ୍କ ଜୀବନ ବାଜି ଲାଗିଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ପର୍ଯ୍ୟଟନ ବିଭାଗ ବସ୍ ପଛରେ ଲାଗିଥିବା ଅନ୍ୟ ୩୦ଟି ବସ୍ର କର୍ମଚାରୀ ଓ ସେଥିରେ ଥିବା ପର୍ଯ୍ୟଟକମାନେ ଏହାର ବିରୋଧ କରିଥିଲେ ମଧ୍ୟ କେହି ଶୁଣିନଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗତ ଏପ୍ରିଲରେ ଧଉଳି ପାଦଦେଶରେ ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ପାର୍କିଂସ୍ଥଳ କାର୍ଯ୍ୟକ୍ଷମ ହୋଇଥିଲା। ପର୍ଯ୍ୟଟକମାନଙ୍କୁ ପାହାଡ଼ ଉପରକୁ ନେବା ଆଣିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଥମେ ୬ଟି ଶୀତତାପ ନିୟନ୍ତ୍ରିତ ବସ୍ ଯୋଗାଇ ଦିଆଯାଇଥିବା ବେଳେ ଅଗଷ୍ଟ ମାସରେ ପୁଣି ଆଉ ୬ଟି ବସ୍ ଯୋଗାଇ ଦିଆଯାଇଛି। ହେଲେ ସଂକୀର୍ଣ୍ଣ ପାର୍କିଂସ୍ଥଳରେ ଏତେଗୁଡ଼ାଏ ବସ୍ ଚଳପ୍ରଚଳ କରିବା ପାଇଁ ଜାଗା ନଥିବାରୁ ତାହା ବିଭାଗୀୟ ଦପ୍ତର ପରିସରରେ ଥୁଆ ହୋଇ ରହିଛି। ଏବେ ପର୍ଯ୍ୟଟନ ଋତୁ ଆସି ଯାଇଥିବାରୁ ସମସ୍ୟା ବୃଦ୍ଧି ପାଇଛି। ଦୈନିକ ହଜାର ହଜାର ପର୍ଯ୍ୟଟକ ବସରେ ଏଠାକୁ ବୁଲିବାକୁ ଆସୁଥିବା ବେଳେ ପାର୍କିଂ ସ୍ଥଳରେ ବସ ରଖିବା ପାଇଁ ଜାଗା ନଥିବାରୁ ରାୟଗଡ଼ାରୁ ୩୦୦ ତୀର୍ଥଯାତ୍ରୀଙ୍କୁ ଧରି ଶାନ୍ତିସ୍ତୂପ ବୁଲି ଆସିଥିବା ପର୍ଯ୍ୟଟନ ବିଭାଗ ଗାଡ଼ି ନିୟମ ଉଲ୍ଲଙ୍ଘନ କଲା ବୋଲି ଅଭିଯୋଗ ହେଉଛି। ପାର୍କିଂସ୍ଥଳରେ ବସ ରଖି ପାର୍କିଂ ଫି ନ ଦେଇ ଜୋର ଜବରଦସ୍ତି ବିଭାଗୀୟ ବସଗୁଡ଼ିକ ଶାନ୍ତିସ୍ତୂପ ଉପରକୁ ଚଢ଼ିବା ଏବେ ସବୁ ମହଲରେ ଆଲୋଚନାର ବିଷୟ ପାଲଟିଛି। ମୋଟାମୋଟି ଭାବେ କହିବାକୁ ଗଲେ, ପାର୍କିଂ ସ୍ଥଳ ସଂପ୍ରସାରଣ ତଥା ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ ଦିଗରେ ପ୍ରଶାସନିକସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଏହି ସମସ୍ୟା ଦେଖାଦେଇଛି। ଏପରିକି ପ୍ରତିଦିନ ଧଉଳିରୁ ଅନେକ ବସ ବିଳମ୍ବ କାରଣରୁ ଅପେକ୍ଷା ନକରି ଅନ୍ୟତ୍ର ପଳାଉଛନ୍ତି। ୧୨ଟି ଯାକ ସର୍ଟଲ ବସରେ ପର୍ଯ୍ୟଟକମାନଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ପାର୍କିଂ ସ୍ଥଳର ପରିସୀମା ବୃଦ୍ଧି କରିବା ଦିଗରେ ସରକାର ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ଦାବି ହେଉଛି। ଏ ସଂପର୍କରେ ସ୍ଥାନୀୟ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ଏହା ତାଙ୍କ କ୍ଷମତା ବାହାରେ ବୋଲି କହିଛନ୍ତି।
ଶାନ୍ତିସ୍ତୂପକୁ ୬ ବଡ଼ ବସ୍ରେ ଗଲେ ପର୍ଯ୍ୟଟକ
ନିଜ ନିୟମ ନିଜେ ଭାଙ୍ଗିଲା ପର୍ଯ୍ୟଟନ ବିଭାଗ
/sambad/media/post_attachments/wp-content/uploads/2018/01/Dhauli-Light-show.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)