ଭୁବନେଶ୍ୱର: ମମତା ମହାନ୍ତି ସାମନ୍ତରାୟଙ୍କ ଲିଖିତ ପୁସ୍ତକ ଗଳ୍ପକଳିକା, ଅନନ୍ୟା, ପ୍ରାୟଶ୍ଚିତ, ଜୀବନସାଥୀ, ନିଶିଥ ଜ୍ୟୋତ୍ସ୍ନା ଓ କୈଳାସ ସାମନ୍ତରାୟଙ୍କ ଲିଖିତ ଆତ୍ମଜୀବନୀ ପୁସ୍ତକ ‘ଚଲାପଥ’କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀଲାଲ ଶୁକ୍ରବାର ରାଜଭବନରେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଲାଲ ଲେଖକ/ଲେଖିକାଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରିଥିଲେ।
ଶ୍ରୀ ସାମନ୍ତରାୟଙ୍କ ଦ୍ୱାରା ଲିଖିତ ପୁସ୍ତକରେ ମୁଖ୍ୟତଃ ଗ୍ରାମ୍ୟ ଜୀବନର ଚଳଣି ସହ ଲେଖକଙ୍କ ଜୀବନର ଉତ୍ଥାନ ପତନ ସମ୍ପର୍କରେ ବିସ୍ତୃତ ଭାବେ ଚିତ୍ରଣ କରାଯାଇଛି। ସେହିପରି ଶ୍ରୀମତୀ ସାମନ୍ତରାୟଙ୍କ ଲିଖିତ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସ ସାମାଜିକ ସମସ୍ୟା ଓ ଘଟଣାବଳୀ ଉପରେ ପର୍ଯ୍ୟବସିତ ହୋଇଥିବାରୁ ସମାଜକୁ ଏହା ଏକ ବଳିଷ୍ଠ ବାର୍ତ୍ତା ଦେବାରେ ସକ୍ଷମ ହୋଇପାରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/53-5.jpg)