ଡକାୟତି ଯୋଜନା ପଣ୍ଡ : ୬ ଗିରଫ, ୨ଟି ବାଇକ୍‌ ଓ ଖଣ୍ଡା ଜବତ

ଭୁବନେଶ୍ବର : ଭିଏସ୍‌ଏସ୍‌ ନଗର ଅଞ୍ଚଳରେ ବଡ଼ଧରଣର ଡକାୟତି ଯୋଜନାକୁ ସହିଦନଗର ଥାନା ପୁଲିସ ପଣ୍ଡ କରି‌ଦେଇଛି। ଗ୍ୟାଙ୍ଗର ୬ ଡକାୟତକୁ ପୁଲିସ କାବୁ କରିବା ସହ ସେମାନଙ୍କଠାରୁ ୨ଟି ବାଇକ୍‌ ଓ ଗୋଟିଏ ଖଣ୍ଡା ଜବତ କରିଛି। ସେମାନେ ହେଲେ, ନୂଆପଲ୍ଲୀ ତାରିଣୀ ବସ୍ତିର ବାବୁ ଓରଫ ନନ୍ଦୁସୂର୍ଯ୍ୟ ବାହାଦୂର(୧୯), ଖାରବେଳନଗର ଆୟୁର୍ବେଦିକ କଲୋନିର ଦୀପ୍ତିରଂଜନ ସ୍ବାଇଁ ଓରଫ ରାଜା (୨୦), ମାଳିସାହି ମସଜିଦ୍‌ କଲୋନିର ସେକ୍‌ ଆଜିଲାମ୍‌ ଓରଫ ଅଲ୍ଲୀ(୩୦), ରେଣ୍ଟାଲ୍ କଲୋନି ସହିଦ ଲକ୍ଷ୍ମଣ ନାୟକ ସାହିର କାଳୁ ନାୟକ ଓରଫ ଶଲତ୍‌(୨୨), ପ୍ରୀତମ ନାୟକ ଓରଫ ଜଡ଼ା ଏବଂ ଶ୍ରୀଧର ଦାସ ଓରଫ କାହ୍ନା(୨୦)।

ପୁଲିସ ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ଡକାୟତମାନେ ଭିଏସ୍‌ଏସ୍‌ ନଗର ସାଣ୍ଡିସ୍‌ ସ୍କୋୟାର ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ। ଖବର ପାଇ ସହିଦନଗର ଥାନା ପୁଲିସର ଏକ ଟିମ୍‌ ଚଢ଼ଉ କରିଥିଲା। ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ହେଁ ପୁଲିସ ସେମାନଙ୍କୁ ଗୋଡ଼ାଇ ଧରିଥିଲା। ଏହି ଅଭିଯୁକ୍ତମାନେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ସହିଦନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ୍‌ କରିଥିବା ପୁଲିସ ଆଗରେ ସ୍ବୀକାର କରିଛନ୍ତି। ଏନେଇ ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର