୬୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ଭୁବନେଶ୍ୱର : ବ୍ରାଉନସୁଗାର କାରବାର ଅଭିଯୋଗରେ କମିସନରେଟ୍‌ ପୁଲିସ୍‌ର କ୍ୟୁଏଟି ଆଜି ଖଣ୍ଡଗିରି ଥାନା ଅଧୀନ ରଘୁନାଥନଗର ମୁନ୍‌ କଲ୍ୟାଣମଣ୍ଡପ ସାମ୍ନାରୁ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଡୁମୁଡୁମା ରଘୁନାଥନଗର ପ୍ଲଟ୍‌ ନମ୍ବର ୧୫୨ରେ ରହୁଥିବା ସନ୍ତୋଷ ବେହେରା ଓରଫ ଖଲି ଓ ଖୋର୍ଦ୍ଧା ଭାଲିଆବାଡ଼ିର କୃଷ୍ଣଚନ୍ଦ୍ର ପଲେଇ। ସେମାନଙ୍କଠାରୁ ୬୦ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଜବତ ଧଳାଜହରର ବଜାର ମୂଲ୍ୟ ୬ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହାବ୍ୟତୀତ ପୁଲିସ୍‌ ସେମାନଙ୍କଠାରୁ ଦୁଇଟି ବାଇକ୍‌, ଦୁଇଟି ମୋବାଇଲ ଓ ୧୭୦୦ ଟଙ୍କା ଜବତ କରିଛି। କ୍ୟୁଏଟି ଉଭୟଙ୍କୁ ଖଣ୍ଡଗିରି ଥାନା ଜିମା ଦେବା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର