ଠକାମିର ଶିକାର ୬୦ ନର୍ସିଂ ଛାତ୍ରୀ ଥାନାରେ

ଭୁବନେଶ୍ବର : କଲେଜ କର୍ତ୍ତୃପକ୍ଷ ଉପଯୁକ୍ତ ସାର୍ଟିଫିକେଟ୍‌ ଦେଉନଥିବା ଅଭିଯୋଗ କରି ଗୁରୁବାର ଦିନ ସ୍ଥାନୀୟ ଏକ ନର୍ସିଂ କଲେଜର ୬୦ରୁ ଅଧିକ ଛାତ୍ରୀ ଖଣ୍ଡଗିରି ଥାନାରେ ଧାରଣା ଦେଇଥିଲେ। କଲେଜ କର୍ତ୍ତୃପକ୍ଷ ସେମାନଙ୍କଠାରୁ ୫୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି ବୋଲି ଅଭିଯୋଗ କରି ସେମାନେ ପୁଲିସ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୁଲିସ ଛାତ୍ରୀମାନଙ୍କ ଅଭିଯୋଗ ଗ୍ରହଣ କରି ମାମଲା ଛାନ୍‌ଭିନ୍ ଆରମ୍ଭ କରିଛି।

ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ଏହି ନର୍ସିଂ କଲେଜରେ ନାମ ଲେଖାଇବା ବେଳେ ସେମାନଙ୍କଠାରୁ ୫୦ ହଜାରରୁ ଅଧିକ ଟଙ୍କା ନିଆଯାଇଥିଲା। ଦୁଇ ବର୍ଷିଆ ଏହି କୋର୍ସ ପରେ ସେମାନଙ୍କୁ ମିଳିବାକୁ ଥିବା ସାର୍ଟିଫିକେଟ୍‌ ଭାରତର ସବୁ ସ୍ଥାନରେ ଚାକିରି ପାଇଁ କାମ ଦେବ ବୋଲି କୁହାଯାଇଥିଲା। ମାତ୍ର ଏବେ କଲେଜ ଦେଉଥିବା ସାର୍ଟିଫିକେଟ୍‌ ଭାରତରେ କାମ ଦେବ ନାହିଁ ବୋଲି ଜଣାପଡ଼ିଛି। ଛାତ୍ରୀମାନଙ୍କ କହିବା କଥା ନିଜେ କଲେଜ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିଛନ୍ତି। ତେଣୁ ନାମ ଲେଖାଇବା ବେଳେ ସେମାନଙ୍କୁ ଭୁଲ କଥା କହି ଠକାମି କରାଯାଇଛି।

ସମ୍ବନ୍ଧିତ ଖବର