ମେଣ୍ଢାଶାଳରେ ୬୦ ୟୁନିଟ ରକ୍ତ ସଂଗ୍ରହ

ଆମ ଓଡ଼ିଶା ରକ୍ତଦାନ ଶିବିର

ମେଣ୍ଢାଶାଳ: ସ୍ଥାନୀୟ ଶାନ୍ତି କୌଶଲ୍ୟା କଲ୍ୟାଣ ମଣ୍ଡପରେ ଷ୍ଟେଟ୍‌ ଓମେନ୍‌ ଅର୍ଗାନାଇଜେସନ୍‌ ଫର୍‌ ରୁରାଲ ଡେଭଲେପମେଣ୍ଟ(ସୋର୍ଡ) ଓ ‘ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଅନୁଷ୍ଠାନର ସଂପାଦିକା ବିନ୍ଦୁଶ୍ରୀ ଖଣ୍ଡାୟତରାୟ ଓ ଉପସଭାପତି କୌଶଲ୍ୟା ବଳିୟାରସିଂହଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ମେଣ୍ଢାଶାଳ ଗ୍ରାମବାସୀ ଓ ଯୁବକମାନେ ଉପସ୍ଥିତ ରହି ରକ୍ତଦାନ କରିଥିଲେ। ସ୍ୱର୍ଗତ ସଂଜିଲ କୁମାର ବଳିୟାରସିଂହଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଆୟୋଜିତ ଏହି ଶିବିରରେ ପର୍ଶୁରାମ ସୁବୁଦ୍ଧି, ଭରତ ଚନ୍ଦ୍ର ରାଉତରାୟ, ଶ୍ରୀନିବାସ ମହାପାତ୍ର, ପ୍ରତାପ କୁମାର ସାମନ୍ତରାୟ, ଦୁଃଶାସନ ସ୍ୱାଇଁ, ପଦ୍ମଚରଣ ବଡ଼ଜେନା, ସୁରେନ୍ଦ୍ର କୁମାର ସାମନ୍ତରାୟ, ରବିନାରାୟଣ ସୁବୁଦ୍ଧି, କ୍ଷୀରୋଦ ମହାପାତ୍ର, ସୁବାସ ସାହୁ, ସୁଶାନ୍ତ ସେଠୀ, ପ୍ରଭାତ ରାଉତରାୟ, ସୁରେନ୍ଦ୍ର ପରିଡ଼ା, ଶେଷଦେବ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୋର୍ଡ ଏବଂ ଆମ ଓଡ଼ିଶାର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର