ସନ୍ତୋଷ ଟ୍ରେଡିଂ କମ୍ପାନି ପକ୍ଷରୁ ୬୦ ୟୁନିଟ୍‌ ରକ୍ତଦାନ

ଭୁବନେଶ୍ବର: ପବିତ୍ର ରଥଯାତ୍ରା ଅବସରରେ ହଂସପାଳସ୍ଥିତ ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନ ସନ୍ତୋଷ ଟ୍ରେଡିଂ କମ୍ପାନି ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ମନୀଷ ଅଗ୍ରୱାଲ ଓ ଖୁସ୍‌ବୁ ଅଗ୍ରୱାଲ ଉପସ୍ଥିତ ରହି ରକ୍ତଦାନ କରିବା ସହ ରକ୍ତଦାତାଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ସୌମ୍ୟରଂଜନ ମହାପାତ୍ର ଶିବିର ସଂଯୋଜନା କରିଥିଲେ।

ଅଭିଷେକ ଜୈନ, କିଶୋର ବେରଦୁଲା ଓ ଆଦିତ୍ୟ କୁମାର ପରିଚାଳନା କରିଥିବା ବେଳେ ସମସ୍ତ ସହକର୍ମୀ ପରିଚାଳନା କାର୍ଯ୍ୟରେ ସହାୟତା କରିଥିଲେ। ଶିବିରରୁ ମୋଟ ୬୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଓଡ଼ିଶା ରକ୍ତକେନ୍ଦ୍ର, ଏସ୍‌ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲ, କଟକର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ଆମ ଓଡ଼ିଶାର ରକ୍ତଦାନ ଶିବିର ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର