ଭୁବନେଶ୍ବର: ସାମାଜିକ ଅନୁଷ୍ଠାନ ‘ଖଟି ଗ୍ରୁପ୍’ର ସଦସ୍ୟ ଦେବଜ୍ୟୋତି ରଥଙ୍କ ଜନ୍ମଦିନ ଅବସରରେ ଗ୍ରୁପ୍ ଓ ‘ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧମନ୍ଦିର ପରିସରରେ ଆୟୋଜିତ ଶିବିରରେ ୬୧ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଶିବିରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବିଏମ୍ସି ମେୟର୍ ସୁଲୋଚନା ଦାସ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମୀରା ପରିଡ଼ା ଓ ପ୍ରଦୀପ ସାହୁ ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ସଦସ୍ୟ ଶ୍ରୀ ରଥ, ଆଦ୍ୟାଶା ମହାପାତ୍ର, ସାଗର ସାହୁ, ଶୁଭମ୍ ଦାଶ, ଲୋପାମୁଦ୍ରା ମହାନ୍ତି, ସୁଭଦ୍ରା ମଲ୍ଲ, ଆଲୋକ କୁମାର ରାଉତ, ସନ୍ତୋଷ ପାତ୍ର, ମାନସ କୁମାର ସାହୁ, ଦେବୀଲାଲ, ରାକେଶ, ବାବୁ ପାଲ୍, ଅର୍ପିତ, ଅର୍ପିତା ସାହୁ, ଅଂଶୁମାନ, ଜୀବନଜ୍ୟୋତି, ସ୍ମୃତି, ମନସ୍ବିନୀ ଦାଶ, ସୁନିଲ କୁମାର ସ୍ବାଇଁ, ସୂର୍ଯ୍ୟପ୍ରତାପ ସ୍ବାଇଁ, ସୁଶ୍ରୀ ଶାଶ୍ବତୀ, ଦେବସ୍ମିତା, ମୁନୁ, ଯୋଗମୁଦ୍ରା ଓ ଶୁଭକାନ୍ତ ପ୍ରମୁଖ ଶିବିର ପରିଚାଳନା କରିଥିଲେ। ଆମ ଓଡ଼ିଶା ପକ୍ଷରୁ ବିନୋଦ କୁମାର ପଣ୍ଡା ଶିବିର ସଂଯୋଜନା କରିଥିଲେ ଏବଂ ପ୍ରଭଞ୍ଜନ ପାଣିଗ୍ରାହୀ, ପ୍ରଦୀପ୍ତ ଲେଙ୍କା, ସୁବ୍ରତ ବଳ, ରଶ୍ମିରଂଜନ ମହାରଣା, ସନ୍ତୋଷ କୁମାର ସାହୁ ଓ ଅଜୟ କୁମାର ମଲ୍ଲିକ ସହଯୋଗ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର କେନ୍ଦ୍ରାପଡ଼ାର ସହକର୍ମୀମାନେ ରକ୍ତ ସଂଗ୍ରହ କରିଥିଲେ।
‘ଖଟି ଗ୍ରୁପ୍’ ରକ୍ତଦାନ ଶିବିରରୁ ୬୧ୟୁନିଟ୍ ସଂଗ୍ରହ
ସାମାଜିକ ଅନୁଷ୍ଠାନ ‘ଖଟି ଗ୍ରୁପ୍’ର ସଦସ୍ୟ ଦେବଜ୍ୟୋତି ରଥଙ୍କ ଜନ୍ମଦିନ ଅବସରରେ ଗ୍ରୁପ୍ ଓ ‘ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଦ୍ଧମନ୍ଦିର ପରିସରରେ ଆୟୋଜିତ...
/sambad/media/media_files/2025/08/23/untitled-1-2025-08-23-06-12-50.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)