ବାଲିପାଟଣା: ‘ଆମ ଓଡ଼ିଶା’ ଏବଂ ଆନନ୍ଦ ମାର୍ଗ ମିଳିତ ଆନୁକୂଲ୍ୟରେ ଆଜି ବାଲିପାଟଣା ବ୍ଲକ ସରାଟ ମୌଜାର ନୀଳକଣ୍ଠେଶ୍ବର ମହାଦେବଙ୍କ ପୀଠରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରୁ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଡ. ଆର୍ତ୍ତବନ୍ଧୁ ନାୟକ ପ୍ରଦୀପ ପ୍ରଜ୍ଜ୍ବଳନ କରି ଆନୁଷ୍ଠାନିକ ଭାବେ ଶିବିରକୁ ଉଦ୍‌ଘାଟନ କରିଥିଲେ। ମାସ୍କ ପିନ୍ଧିବା ଏବଂ ସାମଜିକ ଦୂରତା ରକ୍ଷା କରିବା ଆଦି କୋଭିଡ୍‌ ନିୟମ ମାନିବାକୁ ଡା. ନାୟକ ରକ୍ତଦାତାଙ୍କୁ ପରମର୍ଶ ଦେଇଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ଆମ ଓଡ଼ିଶା ସଂପାଦକ ସ୍ୱରାଜ ମିଶ୍ର, ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼, ଏସଆଇ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସ୍ପେଶାଲ ସ୍କ୍ୱାଡ୍‌ ଏଏସଆଇ ହାଡ଼ିବନ୍ଧୁ ଦାଶ, ଆନ୍ତର୍ଜାତିକ ଫିଲ୍ମ ନିର୍ମାତା ଶେଖ ଗୁଲଜାର ହୁସେନ, ସମାଜସେବୀ ସଞ୍ଜୟ ପାଇକରାୟ, ମାନସ ଜେନା, ଭାଗିରଥୀ ରଣସିଂ, ବାଲିପାଟଣା ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା, ବାଲିଅନ୍ତା ପ୍ରେସ କ୍ଲବ ସଭାପତି ସୋମନାଥ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାଜସେବୀ ସତ୍ୟନାରାୟଣ ଛୋଟରାୟ ସହଯୋଗ କରିଥିଲେ।

ଶିବିରରେ ବହୁ ଯୁବକ, ଯୁବତୀ, ପୁଲିସ କର୍ମଚାରୀ ରକ୍ତଦାନ କରିଥିଲେ। ନୀଳକଣ୍ଠେଶ୍ୱର ମହାଦେବଙ୍କ ପୂଜକ ଅଧ୍ୟାପକ କଲ୍ୟାଣ ପଣ୍ଡା ଏବଂ ଆନନ୍ଦ ମାର୍ଗ କର୍ମକର୍ତା ମାନସ ପଣ୍ଡା, ସତ୍ୟଜିତ ରାୟ, ଭୀମସେନ ସେନାପତି, ଲିଙ୍ଗରାଜ ବେହେରା, ଦେବେନ୍ଦ୍ର ସ୍ୱାଇଁ, ଧର୍ମେନ୍ଦ୍ର ଜେନା, ବିଟୁ ପ୍ରଧାନ, ସୁମିତ ବେହେରା, ଜ୍ୟୋତିରଞ୍ଜନ, ସୁକାନ୍ତ ଦାଶ, ଦେବାଶିଷ, ଜଗନ ପଣ୍ଡା, ପିଙ୍କୁନା, ଚିନ୍ମୟ ବେହେରା, ରଶ୍ମି ରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ। କେନ୍ଦ୍ରାପଡ଼ା ବ୍ଲଡ ବ୍ୟାଙ୍କ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ।