ଭୁବନେଶ୍ୱରରୁ ଆଜି ୬୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି | ଏମାନଙ୍କୁ ମିଶାଇ ଭୁବନେଶ୍ୱରରେ ୭୦୪ଟି ପଜିଟିଭ କେସ ଚିହ୍ନଟ ହୋଇଥିବାବେଳେ ୩୨୭ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୬୮ଟି ଆକ୍ଟିଭ କେସ ରହିଛି |


ବିଏମସିର ସୂଚନା ମୁତାବକ ୩୬ଟି ମାମଲା କ୍ଵାରେଣ୍ଟିନ କେନ୍ଦ୍ରରୁ ଆସିଥିବାବେଳେ ୨୮ଟି ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି | ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଭୀମଟାଙ୍ଗି, ଚକେଇସିଆଣୀ, ଲକ୍ଷ୍ମୀସାଗର,ଭୋଇ ନଗର,ସାଲିଆ ସାହି, ସତ୍ୟନଗର ଦୁର୍ଗାମଣ୍ଡପ, କଳିଙ୍ଗ ନଗର, ପୋଖରୀପୁଟ,ଡୁମଡୁମା, ମଞ୍ଚେଶ୍ୱର, ଆଚାର୍ଯ୍ୟ ବିହାର, ନୀଳାଦ୍ରି ବିହାର ପ୍ରମୁଖ ଅଂଚଳର ହୋଇଥିବା ଜଣାପଡିଛି | ଏମାମଙ୍କ ମଧ୍ୟରୁ ୨ ଜଣ ହଟସ୍ପଟ ଜିଲ୍ଲାରୁ ଫେରିଥିବାବେଳେ ୧୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି |

ସମ୍ବନ୍ଧିତ ଖବର