ଭୁବନେଶ୍ବର : ଆଜି ଦୁଇଟି ପର୍ଯ୍ୟାୟରେ ରାଜସ୍ଥାନର କୋଟାରୁ ୬୪ଜଣ ଛାତ୍ରଛାତ୍ରୀ ଭୁବନେଶ୍ବର ଫେରିଛନ୍ତି। କୋଟାରୁ ଦୁଇଟି ବସ୍ରେ ୩୨ଜଣ ଲେଖାଏଁ ଛାତ୍ରଛାତ୍ରୀ ଭୁବନେଶ୍ବରସ୍ଥିତ ଯାତ୍ରୀନିବାସରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ନିୟୋଜିତ ଥିବା କ୍ୟାପିଟାଲ ହସ୍ପିଟାଲର ମେଡିକାଲ ଟିମ୍ ଥର୍ମାଲ ସ୍କ୍ରିନିଂ କରିଥିଲା। କାହାର ବି ଲକ୍ଷଣ ଦେଖା ଦେଇନଥିଲା। ଏହା ପରେ ସେମାନଙ୍କ ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗାଯାଇଥିଲା। ଛାତ୍ରଛାତ୍ରୀମାନେ ଯାତ୍ରୀନିବାସରେ ଧୁଆଧୋଇ ହୋଇ ଖାଇଥିଲେ। ଏହାପରେ ବସ୍ରେ ସେମାନଙ୍କ ଘରକୁ ଫେରିଥିଲେ। ଏହି ସମସ୍ତ ଛାତ୍ରଛାତ୍ରୀ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp