କଟକ: ଆଜି କଟକ ସହରରୁ ମୋଟ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୪୩ ଜଣ ଓ ସ୍ଥାନୀୟ ଅଂଚଳରୁ ୩୨ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୨୧ ଜଣ ଓ ଗୃହ ସଂଗରୋଧରୁ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
#COVID19 update in Cuttack city (CMC area)
Out of the 101 new COVID19 +ve cases reported today in #Cuttack district, 65 +ve cases belong to Cuttack city (CMC area).
Another 46 recoveries (1st November data) have been reported recently! KUDOS to all doctors & healthcare staff. pic.twitter.com/5AD31Hpdy0
— CMC,Cuttack (@CMCCuttack) November 2, 2020
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୬୫ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୪ ହଜାର ୯୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪ ହଜାର ୬୧ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୮୨୮ ଜଣ ଚିକିତ୍ସାଧୀନ ଥିବା ବେଳେ ୬୯ ଜଣଙ୍କର ମୃତ୍ୟୁ ହୋଇଛି।