ଏଏସ୍‌ବିଏମ୍ ବିଶ୍ବବିଦ୍ୟାଳୟରୁ ୬୭ୟୁନିଟ୍ ରକ୍ତ ସଂଗୃହୀତ

ଭୁବନେଶ୍ବର: ଚନ୍ଦକାସ୍ଥିତ ଏଏସ୍‌ବିଏମ୍ ବିଶ୍ବବିଦ୍ୟାଳୟ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ଯାଇଯାଇଛି। ଏହି ଶିବିରରେ ବିଶ୍ବବିଦ୍ୟ‌ାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପକା ଓ ସହକର୍ମୀଙ୍କ ସମେତ ମୋଟ ୬୭ଜଣ ରକ୍ତଦାତା ରକ୍ତଦାନ କରିଥିଲେ।

ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା କୁଳାଧ୍ୟକ୍ଷ ପ୍ରଫେସର୍‌ ବିଶ୍ବଜିତ୍ ପଟ୍ଟନ‌ାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉପ-କୁଳାଧ୍ୟକ୍ଷ ପ୍ରଫେସର୍‌ କଲ୍ୟାଣ ଶଙ୍କର ରାୟ, ଉପ-କୁଳପତି ପ୍ରଫେସର୍‌ ଫଲ୍‌ଗୁ ନିରଞ୍ଜନା, ପ୍ରିନ୍ସପାଲ ଡାଇରେକ୍ଟର ଡ. ସ୍ମାରକୀ ପଟ୍ଟନାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଡ. ଝରାଶ୍ରୀ ପାଇକରାୟ ଓ ଡ. ବାସବା ଜ୍ୟୋତି ଶିବିର ପରିଚାଳନା କରିଥିଲେ। ଅନୁଷ୍ଠାନର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ ସହକର୍ମୀ ପରିଚାଳନାରେ ସହଯୋଗ କରିଥିଲେ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରବୀଣ କୁମାର ଜେନା, ଲକ୍ଷ୍ମୀ ନାରାୟଣ ସାବତ, ଟି. ସିମରନ୍, ଦେବଲିନା ଦାସ, ଶୋଭିତ କୁମାର ସାହୁ, ସ୍ତୁତି ସିଂ ଓ ମନ୍ମଥ ରଣସିଂହ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶା ରକ୍ତକେନ୍ଦ୍ର, କ୍ୟାପିଟାଲ ହସ୍‌ପିଟାଲର ସହକର୍ମୀମାନେ ଶିବିରରୁ ରକ୍ତ ସଂଗ୍ରହ କରିଥିଲେ। ‘ଆମ ଓଡ଼ିଶା’ର ରକ୍ତଦାନ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ପ୍ରଭଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର