ଯୁବଗୋଷ୍ଠୀଙ୍କୁ ଶୃଙ୍ଖଳିତ କରିବାରେ ଏନ୍‌ସିସିର ଭୂମିକା ଅନସ୍ୱୀକାର୍ଯ୍ୟ

ଏନ୍‌ସିସିର ୬୯ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ୍‌ ୟୁନିଫର୍ମ ଯୁବ ସଂଗଠନ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି)ର ୬୯ତମ ବାର୍ଷିକ ଉତ୍ସବ ଆଜି ବିଜେବି କଲେଜ ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟପାଳ ଡ. ଏସ୍‌ସି ଜମିର୍‌ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଭିନ୍ନ କ୍ଷେତ୍ରରେ ଏନ୍‌ସିସି କ୍ୟାଡେଟ୍‌ଙ୍କ ସଫଳତାର ପ୍ରଶଂସା କରିଥିଲେ। ଯୁବଗୋଷ୍ଠୀଙ୍କ ମଧ୍ୟରେ ଶୃଙ୍ଖଳା, ରାଷ୍ଟ୍ରପ୍ରେମ, ପ୍ରତିବଦ୍ଧତା, ନେତୃତ୍ୱ ନେବାର ଦକ୍ଷତା ଆଦି ଗୁଣାବଳୀ ସୃଷ୍ଟି କରିବାରେ ଏନ୍‌ସିସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଡ. ଜମିର୍‌ ପ୍ରକାଶ କରିଥିଲେ।

ଏହି ଅବସରରେ କୃତୀ କ୍ୟାଡେଟ୍‌ ଏବଂ ଏନ୍‌ଓଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, କମୋଡର୍‌ ଶୈଳେନ୍ଦ୍ର ସିଂ ପ୍ରମୁଖ ଯୋଗଦେଇ ଏନ୍‌ସିସିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ କ୍ୟାଡେଟ୍‌ମାନଙ୍କ ଦ୍ୱାର ଚିତ୍ତାକର୍ଷକ ପରେଡ୍‌ ପ୍ରଦର୍ଶନ କରାଯାଇଥିଲା। ଏନ୍‌ସିସିର ପଦାତିକ ବାହିନୀ, ଆକାଶ ବାହିନୀ ଓ ଜଳ ବାହିନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର