ଭୁବନେଶ୍ୱର : ଭବନସ୍ ସେଣ୍ଟର୍ ଫର୍ କମ୍ୟୁନିକେସନ୍ ଆଣ୍ଡ ମ୍ୟାନେଜମେଣ୍ଟ୍ (ବିସିସିଏମ୍)ର ଷଷ୍ଠ ସମାବର୍ତନ ଉତ୍ସବ ଶନିବାର ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. ଏସ୍ ସି ଜମିର ଯୋଗ ଦେଇଥିଲେ।
ଉତ୍ସବରେ ୨୦୧୪-୧୬ ଏବଂ ୨୦୧୫-୧୭ ବର୍ଷର ୬୬ଜଣ ପିଜିଡିଏମ୍ ଡିଗ୍ରିଧାରୀ ଛାତ୍ରଛାତ୍ରୀଙ୍କୁ ଏବଂ ୧୨ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ରାଜ୍ୟର ୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଭବନ୍ସ-ଓଡ଼ିଶା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୧୬ ବର୍ଷ ପାଇଁ ଡ. ତପନ କୁମାର ଚାନ୍ଦ (ଶିଳ୍ପ), ଡ. ରଘୁପାତ୍ରୁନି ଭୀମା ରାଓ (ବିଜ୍ଞାନ), ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦି (ଶିକ୍ଷା), ମହେନ୍ଦ୍ର କୁମାର ଗୁପ୍ତା(ଉଦ୍ୟୋଗୀ), ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା (ଶାସ୍ତ୍ରୀୟ ସଙ୍ଗୀତ), ପଦ୍ମଶ୍ରୀ ଡ. ଇଲିଆନା ସିତାରିଷ୍ଟ (ଓଡ଼ିଶୀ ନୃତ୍ୟ), ସନ୍ତୋଷ କୁମା ରାଣା (ଲୋକକଳା), ଅଜିତ ନାରାୟଣ ଦାସ (ଥିଏଟର୍), ସୁଜାତା ପଟ୍ଟନାୟକ(ସମାଜସେବା) ଏବଂ ଡ. ପ୍ରଦୀପ କୁମାର ଚୌଧୁରୀ (ଜ୍ୟୋତିଷ ଶାସ୍ତ୍ର) ତଥା ୨୦୧୭ ବର୍ଷ ପାଇଁ ରବୀନ୍ଦ୍ର କୁମାର ବେହେରା (ଶିଳ୍ପ), ପଦ୍ମଶ୍ରୀ ପ୍ରତିଭା ରାୟ (ସାହିତ୍ୟ), ଡ. ହରପ୍ରସନ୍ନ ମିଶ୍ର (ବିଜ୍ଞାନ), ପ୍ରଫେସର ଡ. ଏଫଆର୍. ପଲ ଫର୍ଣ୍ଣାଡିଜ୍ ଏସ୍. ଜେ (ଶିକ୍ଷା), ପଣ୍ଡିତ ଡ. ଚିତ୍ତରଞ୍ଜନ ପାଣି (ଶାସ୍ତ୍ରୀୟ ସଙ୍ଗୀତ), ଗୁରୁ ରତିକାନ୍ତ ମହାପାତ୍ର (ନୃତ୍ୟ), ଗୁରୁ ବାଦଲ ସୀତାର (ଲୋକକଳା), ଶ୍ରୀ କାର୍ତ୍ତିକ ଚନ୍ଦ୍ର ରଥ (ଥିଏଟର୍), ମୃଣାଳିନୀ ପାଢ଼ୀ (ସମାଜସେବା) ଓ ମନ୍ମଥ କୁମାର ଶତପଥୀ (କଳା ଓ ସଂସ୍କୃତି) ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବରେ ଜେନେରାଲ ବସନ୍ତ କୁମାର ମହାପାତ୍ର (ଚେୟାରମ୍ୟାନ୍), ଡ. ଏସ୍ କେ ଟାମୋଟିଆ (ଡାଇରେକ୍ଟର ଜେନେରାଲ), ଡ. ସୁଜାତା ମଙ୍ଗରାଜ (ଡିନ୍ କମ୍ ଡାଇରେକ୍ଟର, ଏକାଡେମିକସ୍), କର୍ଣ୍ଣେଲ୍ ପି କେ ସାହୁ (ଡାଇରେକ୍ଟର ଆଡମିନ୍ ଏବଂ ଫାଇନାନ୍ସ) ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କର୍ଣ୍ଣେଲ ପି କେ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/bharatiya-bidya-bhaban.jpg)