ଭୁବନେଶ୍ୱର : ପୁଲିସ କର୍ମଚାରୀ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦ୍ବିତୀୟ ଆଇସୋଲେସନ୍ କେନ୍ଦ୍ର ଖୋଲିଛି। କଟକ ଓଏମ୍ପି ଛକରେ ଥିବା ଷଷ୍ଠ ଓଏସ୍ଏପି ବାଟାଲିଅନ୍ ପରିସରେ ଆଜିଠାରୁ ପୁଲିସର ଦ୍ବିତୀୟ ଆଇସୋଲେସନ୍ କେନ୍ଦ୍ର ଚାଲୁ ହୋଇଛି। ଏହି କେନ୍ଦ୍ର ଚାଲୁ ହେବା ନେଇ ପୁଲିସ ଡିଜି ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ଭୁବନେଶ୍ବରରେ ଥିବା ସବୁ ପୁଲିସ ପ୍ରତିଷ୍ଠାନର କୋଭିଡ୍ ଆକ୍ରାନ୍ତ କର୍ମଚାରୀ ଏଠାରେ ରହି ଚିକିତ୍ସିତ ହୋଇପାରିବେ। ଅନ୍ୟ ରୋଗରେ ଆକ୍ରାନ୍ତ ଥାଇ ଲକ୍ଷଣବିହୀନ ଓ କମ୍ ଲକ୍ଷଣ ଦେଖା ଯାଉଥିବା ୫୦ବର୍ଷରୁ କମ୍ ପୁଲିସ କର୍ମଚାରୀମାନେ ମଧ୍ୟ ଏଠାରେ ଚିକିତ୍ସିତ ହୋଇପାରିବେ। ଷଷ୍ଠ ବାଟାଲିଅନ୍ର ସୁରେଶ କୁମାର କିଷାନ ଏହି କେନ୍ଦ୍ରର ନୋଡାଲ୍ ଅଫିସର୍ ଭାବେ କାର୍ଯ୍ୟ କରିବେ। ଭୁବନେଶ୍ବରରୁ ଯେଉଁ କରୋନା ଆକ୍ରାନ୍ତଙ୍କୁ ଏହି କୋଭିଡ୍ ହସ୍ପିଟାଲକୁ ପଠାଯିବ, ତାହା ପୂର୍ବରୁ ସମ୍ପୃକ୍ତ ବିଭାଗର ଅଧିକାରୀ ନୋଡାଲ୍ ଅଫିସରଙ୍କ ସହ କଥା ହୋଇ ଶଯ୍ୟା ସମ୍ପର୍କରେ ବୁଝିନେବା ଲାଗି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଚନ୍ଦକାସ୍ଥିତ ଏସ୍ଓଜି କ୍ୟାମ୍ପରେ ରାଜ୍ୟ ପୁଲିସ ପକ୍ଷରୁ ପ୍ରଥମ ଆଇସୋଲେସନ୍ କେନ୍ଦ୍ର ଖୋଲିଥିଲା।
ଷଷ୍ଠ ବାଟାଲିଅନରେ ଓଡ଼ିଶା ପୁଲିସର ଦ୍ୱିତୀୟ ଆଇସୋଲେସନ୍ କେନ୍ଦ୍ର
/sambad/media/post_attachments/wp-content/uploads/2020/09/6th-osap.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)