ଭୁବନେଶ୍ବର: ବିମୋହନା କ୍ରିଏଟିଭ୍‌ ପକ୍ଷରୁ ସ୍ଥାନୀୟ ଉତ୍କଳ ରଙ୍ଗ ମଞ୍ଚଠାରେ ‘ବିମୋହନା କଳା ସମ୍ମାନ-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ, ବିଶିଷ୍ଟ ସାହିତ୍ୟିକା ଡ. ଇତିରାଣୀ ସାମନ୍ତ, ଆର୍ଯ୍ୟଭଟ୍ଟ ଅନୁଷ୍ଠାନର ଅଧ୍ୟକ୍ଷ ଦୀପ୍ତିମୟୀ ମହାନ୍ତି ଏବଂ ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ବର ସ୍ବାଇଁ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବିଶିଷ୍ଟ ନୃତ୍ୟାଙ୍ଗନା ଗୁରୁ ସ୍ନେହପ୍ରଭା ସାମନ୍ତରାୟଙ୍କୁ ବିମୋହନା କଳା ସମ୍ମାନ ୨୦୨୨‌‌‌‌‌‌ରେ ସମ୍ମାନିତ କରାଯାଇଥିଲା।

Advertisment

ଏତଦ୍‌ ବ୍ୟତୀତ ଅପରାହ୍‌ଣରେ ଯୁବ ପ୍ରତିଭାବାନ୍‌ ନୃତ୍ୟଶିଳ୍ପୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଆର୍ଯ୍ୟବ୍ରତ ଆନ୍‌ସିଏଣ୍ଟ ଗ୍ରୁପ୍, ସାନ୍‌ଭି ସଂସିତା କର, ପ୍ରିୟାଂଶୀ ମିଶ୍ର ରାଉତ, ସୁନନ୍ଦା ବିଶ୍ବାଳ, ଦିବ୍ୟଙ୍କା ଦିବ୍ୟଦର୍ଶିନୀ ଦାସ, ଶେଫାଳି ପଟ୍ଟନାୟକ, ପ୍ରିୟାଂଶା ନାୟକ, ସଂଜନା ସୋହାନି, ସୁଭଦ୍ରା ଦାସ ଓ ସଂଧ୍ୟାରାଣୀ ପ୍ରଧାନ ପ୍ରମୁଖ ନିଜ ନୃତ୍ୟରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ତେଜସ୍ବିନୀ ପଲାଇ।