ଭୁବନେଶ୍ୱର : ରାଜଧାନୀକୁ ସ୍ବଚ୍ଛ ସୁନ୍ଦର ରଖିବା ପାଇଁ ୩୦୭୫ ସଫେଇ କର୍ମଚାରୀ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। କାହାକୁ ଯେପରି କରୋନା ନହେବ ସେଥିପାଇଁ ବିଏମ୍ସି ଓ ସଫେଇ ସଂସ୍ଥାଗୁଡ଼ିକ ପକ୍ଷରୁ ବହୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଉଛି। ଏଥିରେ ଆଜି ସୁଦ୍ଧା ୨୧୫୨ଜଣ ସଫେଇ କର୍ମଚାରୀଙ୍କର କରୋନା ପରୀକ୍ଷା ହୋଇଥିବା ବେଳେ ୭ଜଣ ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେଥିରୁ ୬ଜଣ ଚନ୍ଦ୍ରଶେଖରପୁର ଅଞ୍ଚଳର ସଫେଇ ସଂସ୍ଥାର ହୋଇଥିବା ବେଳେ ଆଉ ଜଣେ ଅନ୍ୟ ଏକ ସଫେଇ ସଂସ୍ଥାର। ଯେଉଁ ସଫେଇ କର୍ମଚାରୀ ଓ ସୁପରଭାଇଜର୍ମାନେ ଆକ୍ରାନ୍ତ ହୋଇଚନ୍ତି, ସେମାନଙ୍କୁ ୧୪ଦିନିଆ ଛୁଟିରେ ପଠାଇ ଦିଆଯାଇଛି। କିନ୍ତୁ ସେମାନଙ୍କର ଦରମା କଟିବନି। ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ରାଜଧାନୀରେ ଏବେ ବିଏ୍ସିର ୫୯୫ଜଣ ସଫେଇ କର୍ମଚାରୀ, ପିଏମ୍ଆର୍ର ୬୧୫ଜଣ, ରାମ୍କିର ୭୧୫ଜଣ, ଜାଗୃତିର ୧୧୫୦ଜଣ ସଫେଇ କର୍ମଚାରୀ କାମ କରୁଛନ୍ତି। ସମସ୍ତ ସଫେଇ କର୍ମଚାରୀଙ୍କୁ ମାସ୍କ, ଗ୍ଲୋବ୍ସ ପିନ୍ଧି ସଫେଇ କରିବାକୁ କୁହାଯାଇଛି। ଖୁବ୍ଶୀଘ୍ର ସମସ୍ତ ସଫେଇ କର୍ମଚାରୀଙ୍କର କରୋନା ପରୀକ୍ଷା ହେବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ରାଜଧାନୀରେ ୭ ସଫେଇ କର୍ମଚାରୀଙ୍କୁ କରୋନା
୨୧୫୨ ସଫେଇ କର୍ମଚାରୀଙ୍କର ହେଲାଣି ପରୀକ୍ଷା
/sambad/media/post_attachments/wp-content/uploads/2020/08/cleaning-staff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)