ଖଣ୍ଡଗିରି: ଦୀର୍ଘ ୨୬ ବର୍ଷ ପରେ କଳିଙ୍ଗବିହାର ଅଞ୍ଚଳ ବାସିନ୍ଦାଙ୍କ ଆଶା ପୂରଣ ହୋଇଛି। ଆଜି ଏହି ଅଞ୍ଚଳରେ ୭ଟି ପାର୍କ ଉଦ୍‌ଘାଟିତ ‌ହୋଇଛି। ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ୨୩ ନମ୍ବର ୱାର୍ଡ କର୍ପୋରେଟର କିରଣବାଳା ମାଝି ପ୍ରମୁଖଙ୍କ ଉପସ୍ଥିତିରେ ଏଗୁଡ଼ିକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା(ମୁକ୍ତା)ରେ ମୋଟ ୧୨ଟି ପାର୍କ ତିଆରି ହେବାକୁ ରହିଛି। କେ-୫ରେ ୪୭ ଲକ୍ଷ ୨ ହଜାର ଟଙ୍କା ବ୍ୟୟରେ ଗୋଟିଏ, କେ-୪ରେ ୧ କୋଟି ୪୧ ଲକ୍ଷ ୮୮ ହଜାର ଟଙ୍କା ବ୍ୟୟରେ ୪ଟି, କେ-୩ଏ ଓ କେ-୧ରେ ୪୭ ଲକ୍ଷ ୨ ହଜାର ଟଙ୍କା ଲେଖାଏଁ ବ୍ୟୟରେ ଦୁଇଟି ଏଭଳି ୨ କୋଟି ୮୨ ଲକ୍ଷ ୯୪ ହଜାର ଟଙ୍କା ବ୍ୟୟରେ ଏହି ୭ଟି ପାର୍କ ତିଆରି ହୋଇଛି। ବାକି ୧୨ଟି ପାର୍କ ମଧ୍ୟ ନିର୍ମାଣ ହେବ ବୋଲି ସୂଚନା ମିଳିଛି।

Advertisment

ସୂଚନାଯୋଗ୍ୟ, ୧୯୯୧ରୁ ୯୭ ମସିହା ପର୍ଯ୍ୟନ୍ତ ବିଡିଏ ଏଠାରେ ଜମି ବିକ୍ରି କରିଥିଲା। ସେତେବେଳେ ଏହି ପାର୍କ ନିର୍ମାଣ କରିବାକୁ ବ୍ୟବସ୍ଥା ଥିଲା। ହେଲେ ଏବେ ସେମାନଙ୍କ ଆଶା ପୂରଣ ହୋଇଛି। ଆଜି ଉଦ୍‌ଘାଟନୀ ଅବସରରେ ଏହି ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର ସଦସ୍ୟଙ୍କ ସହିତ ସ୍ଥାନୀୟ ଅଧିବାସୀ ଉପସ୍ଥିତ ଥିଲେ।