ରାସ୍ତା କଡ଼ରେ ପାଇଖାନା ଆବର୍ଜନା ଢାଳିଲେ ୭ହଜାର ଜରିମାନା

ଭୁବନେଶ୍ବର: ଭୁବନେଶ୍ବରରେ ଗୋଟିଏ ବି ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବାବେଳେ ଏବେ ସେସ୍‌ପୁଲ୍‌ ଗାଡ଼ି ଲୋକଙ୍କ ଘରୁ ସଂଗ୍ରହ କରୁଥିବା ପାଇଖାନା ଆବର୍ଜନାକୁ କେଉଁଠି ପକାଇବେ ଚିନ୍ତା ଘାରିଲାଣି। ସହର ବାହାରେ ଆବର୍ଜନା ଗଦା ହେଉଥିବା ସ୍ଥାନରେ କେତେକ ଗାଡ଼ି ଏହାକୁ ଢାଳୁଥିବା ବେଳେ ଆଉ କିଛି ନିଛାଟିଆ ରାସ୍ତା ଦେଖି ରାସ୍ତା କଡ଼ରେ ଏହାକୁ ଢାଳି ଦେଉଛନ୍ତି। କିନ୍ତୁ ରାସ୍ତା କଡ଼ରେ ତଳର ବର୍ଜ୍ୟବସ୍ତୁ ଢାଳିବା ବେଆଇନ୍ ହୋଇଥିବାରୁ ବିଏମ୍‌ସି ପକ୍ଷରୁ ଏବେ ଜରିମାନା ଆଦାୟ କଡ଼ାକଡ଼ି ହୋଇଛି।

ଗାଡ଼କଣ ଅଞ୍ଚଳରେ ଏକ ସେସ୍‌ପୁଲ୍‌ ଗାଡ଼ି ପାଇଖାନା ଆବର୍ଜନା ରାସ୍ତା କଡ଼ରେ ଗଦାଉଥିବାରୁ ଏହି ଗାଡ଼ି ମାଲିକଙ୍କ ଠାରୁ ବିଏମ୍‌ସିର ଉତ୍ତର ଜୋନ୍ ପକ୍ଷରୁ ୭ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ଏହାସହ ଗାଡ଼ିକୁ ଜବତ କରି ଚନ୍ଦ୍ର‌ଶ‌େଖରପୁର ଥାନାରେ ଜିମା ଦିଆଯାଇଛି। ଗାଡ଼ି ମାଲିକ ଭବିଷ୍ୟ‌ତରେ ଏପରି ଭୁଲ୍‌ କରିବେନି ବୋଲି ଅଣ୍ଡରଟେକିଂ ଦେବା ପରେ ଗାଡ଼ିକୁ ଛଡ଼ା ଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହାପରେ ବିଏମ୍‌ସିର ଡେପୁଟି କମିସନର (ସାନିଟେସନ୍) ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ, ଏଣିକି ଯେଉଁ ସେସ୍‌ପୁଲ୍‌ ଗାଡ଼ି ସର୍ବସାଧାରଣଙ୍କ ଯାତାୟାତ ସ୍ଥାନରେ ଯଦି ତରଳ ଆବର୍ଜନା ଗଦାଇବେ ତେବେ ତାଙ୍କ ଠାରୁ ୭ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.