ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦିନ ୭ରୁ ୮ଜଣ ଝାଡ଼ାବାନ୍ତି ରୋଗୀ ଆସୁଛନ୍ତି। କିଛି ଗୁରୁତର ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଁଞ୍ଚି ପିଇବା ପାଣିର ପରୀକ୍ଷା କରିବା ସହ ବିଶୋଧନ ବ୍ୟବସ୍ଥା କରୁଛି। ବସୁଧା ଯୋଜନାରୁ ଅପମିଶ୍ରିତ ଓ ନଳକୂପରୁ ଲୌହଯୁକ୍ତ ପାଣି ଲୋକଙ୍କ ଶରୀର ପାଇଁ କ୍ଷତିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।
ଅନ୍ୟପକ୍ଷରେ ଝାଡ଼ାବାନ୍ତି ପ୍ରତିଷେଧକ ଲାଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି। ପ୍ରତ୍ୟେକ ଉପକେନ୍ଦ୍ରକୁ ହାଲୋଜେନ୍ ବଟିକା, ବ୍ଲିଚିଙ୍ଗ ପାଉଡର ଓ ଓଆର୍ଏସ୍ ପଠାଯାଇଛି। ତେବେ ଝାଡ଼ାବାନ୍ତି ଲକ୍ଷଣ ଦେଖା ଦେଲେ ଭୟଭୀତ ନହେବାକୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀକାନ୍ତ ବେହେରା ପରାମର୍ଶ ଦେଇଛନ୍ତି। ପ୍ରତିଷେଧକ ଲାଗି ସମସ୍ତ ଅଞ୍ଚଳର ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଆଉ ୧ ଲକ୍ଷ ହାଲୋଜେନ ବଟିକା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ମଗା ଯାଇଥିବା ସେ କହିଛନ୍ତି।
ବ୍ଲକ୍ ପାନୀୟ ଜଳ ଅଧିକାରୀ ରଞ୍ଜନ କୁମାର ଘଡ଼େଇଙ୍କ ସୂଚନା ଅନୁସାରେ ୨୦୦ରୁ ଊର୍ଦ୍ଧ୍ବ ସ୍ଥାନରେ ବ୍ଲିଚିଙ୍ଗ୍ ପାଉଡର ପକାଯାଇଥିଲା ବେଳେ ଘରେଘରେ ହାଲୋଜେନ୍ ବଟିକା ପହଞ୍ଚିଛି। ଗାଁ, ଗହଳି ଲୋକେ ଗୋଟିଏ ସ୍ଥାନରେ ନିତ୍ୟକର୍ମ ସହ ପିଇବା ପାଣି ସଂଗ୍ରହ କରୁଥିବା ଚିନ୍ତାଜନକ ବିଷୟ। ତେଣୁ ଲୋକେ ପ୍ରଥମେ ସଚେତନ ହେବା ଜରୁରି ବୋଲି ସେ କହିଛନ୍ତି। ସେହିପରି ତହସିଲଦାର କଳ୍ପନା ଦାସ ଓ ତାଙ୍କ ଟିମ୍ ବଜାରରେ ବିକ୍ରି ହେଉଥିବା ଖାଦ୍ୟଗୁଡ଼ିକୁ ଯାଞ୍ଚ କରୁଥିବା ଜଣାପଡ଼ିଛି।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦୈନିକ ଆସୁଛନ୍ତି ୮ ଝାଡ଼ାବାନ୍ତି ରୋଗୀ
ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତ୍ୟେକ ଦିନ ୭ରୁ ୮ଜଣ ଝାଡ଼ାବାନ୍ତି ରୋଗୀ ଆସୁଛନ୍ତି। କିଛି ଗୁରୁତର ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଁଞ୍ଚି ପିଇବା ପାଣିର ପରୀକ୍ଷା କରିବା ସହ ବିଶୋଧନ ବ୍ୟବସ୍ଥା କରୁଛି।
/sambad/media/media_files/2025/06/19/wedfretrh-2025-06-19-05-25-06.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)