ଆସୁଛନ୍ତି ପ୍ରଧାନମନ୍ତ୍ରୀ: ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍‌ ଫୋର୍ସ, ନିଯୁକ୍ତ ହେବେ ୩ଶହ ଅଫିସର

ଭୁବନେଶ୍ବର: ଆଉ ମାତ୍ର ତିନି ଦିନ ପରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଟଣୀ-ଅରୁଗୁଳ ଆଇଆଇଟି ନୂଆ କ୍ୟାମ୍ପସ୍‌ ଉଦଘାଟନ କରିବେ। ଏହା ଛଡ଼ା ଖୋର୍ଧାର ବରୁଣେଇ ପାହାଡ଼ ନିକଟରେ ଏକ ଦଳୀୟ ସଭାର ଆୟୋଜନ କରାଯିବ। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି। କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି ୭୦ ପ୍ଲାଟୁନ୍‌ ପାଖାପାଖି ଫୋର୍ସ, ୩ ଶହ ଅଫିସର ଓ ୪ ଜଣ ଡିସିପି ନିୟୋଜିତ ହେବେ।

ଆଜି କମିସନରେଟ୍‌ ଓ ଖୋର୍ଧା ପୁଲିସ ପକ୍ଷରୁ ବିମାନବନ୍ଦର, ଜଟଣୀ-ଅରୁଗୁଳ କ୍ୟାମ୍ପସ୍‌ ଓ ବରୁ‌ଣେଇ ପାହାଡ଼ ନିକଟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳ ଯାଞ୍ଚ କରାଯାଇଛି। ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ଓ ଡିସିପି ଅନୁପ ସାହୁଙ୍କ ସମେତ ଟ୍ରାଫିକ ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି। ଯାହା ସୂଚନା ମିଳିଛି ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଓହ୍ଲାଇବା ପରେ ହେଲିକପ୍ଟରରେ ସିଧା ଜଟଣୀ ଯିବେ। ସେଠାରେ ଆଇଆଇଟି କ୍ୟାମ୍ପସ୍‌କୁ ଲୋକାର୍ପଣ କରିବା ପରେ ସେ ସଡ଼କପଥରେ ଆଇଜର ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଗାଡିର ସବା ଆଗରେ ଆଡ୍‌ଭାନ୍ସ ପାଇଲଟ୍‌, ତା’ ପଛକୁ ଟେକ୍‌ନିକାଲ୍‌ କାର(ଯେଉଁଥିରେ ଏସ୍‌ପିଜି, ଜାମ୍ମର ଓ ବମ୍‌ ଡିସପୋଜାଲ୍‌ ସ୍କ୍ବାଡ୍‌ ରହିବ), ଏହା ପରେ ପାଇଲଟ୍‌, ଭିଆଇପି, ଭିଭିଆଇପି କାର‌୍‌, ଏସକର୍ଟ-୧, ଏସକର୍ଟ-୨, ଏସକର୍ଟ-୩, ସ୍ପେୟାର କାର‌୍‌, ଏହା ପଛକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଅନୁଯାୟୀ ଗାଡ଼ି, ଏହା ପଛକୁ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆଦି ରହିବ।  ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ବିମାନବନ୍ଦର, ଜଟଣୀ-ଅରୁଗୁଳ ଆଇଆଇଟି, ବରୁଣେଇ ପାହାଡ଼, ଆଇଜର ୪ ଜଣ ଏସ୍‌ପିଜି ଆଇଜି ସୁରକ୍ଷା ଦାୟିତ୍ବରେ ରହିବେ। ପ୍ରଧାନମନ୍ତ୍ରୀଙ୍କ ରୁଟ ଲାଇନ୍‌ରେ ମଧୢ ଜଣେ ଏସ୍‌ପିଜି ଆଇଜି ରହିବେ। ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌କୁ ବାହ୍ୟ ସୁରକ୍ଷା ଦେବା ପାଇଁ କମିସନରେଟ୍‌ ପୁଲିସ ଛଡ଼ା ୨ କମ୍ପାନି ସଶସ୍ତ୍ର ସିଆର୍‌ପିଏଫ୍‌, ୫ ୟୁନିଟ-ଏସ୍‌ଓଜି ଯବାନ ତୟାର ରହିବେ। ରାଜ୍ୟର ୧୫ ଜଣ ବଛା ବଛା ଆଇପିଏସ୍‌ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିବେ। ପ୍ରଧାନମନ୍ତ୍ରୀ ଯେଉଁ ସବୁ ରାସ୍ତାରେ ଯିବେ ସେହି ରାସ୍ତାକୁ ସ˚ଯୋଗ କରୁଥିବା ରାସ୍ତାକୁ ପାଖାପାଖି ଅଧ ଘଣ୍ଟା ପୂର୍ବରୁ ସିଲ୍‌ କରି ଦିଆଯିବ। ସଭାସ୍ଥଳରେ ମଧୢ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ। ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଲାଗି କରିଥିବା ଉଚ୍ଚ ଅଟ୍ଟାଳିକା ଉପରେ ସଶସ୍ତ୍ର ପୁଲିସ ନିୟୋଜିତ ହେବେ। ସଭାବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମେଟାଲ ଡିଟେକ୍ଟର୍‌ରେ ଯାଞ୍ଚ ପରେ ଭିତରକୁ ଛଡ଼ା ଯିବ। ସଭାସ୍ଥଳର ୫୦ ମିଟର ସମ୍ମୁଖ ଭାଗରେ ନୋ-ମ୍ୟାନ ଲ୍ୟାଣ୍ତ୍‌ ଭାବେ ଘୋଷଣା କରାଯିବ। ଅନ୍ୟପକ୍ଷରେ ଆଜିଠାରୁ ଭୁବନେଶ୍ବରରେ ଥିବା ସମସ୍ତେ ଗେଷ୍ଟ ହାଉସ, ହୋଟେଲ, ଲଜ୍‌ରେ ପୁଲିସ ଯାଞ୍ଚ ଆରମ୍ଭ କରିବ। ବିଳମ୍ବିତ ରାତିରେ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ଲକି˚ ହେବ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର