ବାଲିପାଟଣା : ମାର୍ଥାପୁର ପଞ୍ଚାୟତ ଅଭୟମୁଖୀ ବ୍ରିଜ୍ ନିକଟରେ ୭୦ ଫୁଟ୍ର ନଦୀବନ୍ଧ ପାଚେରି ଭୁଶୁଡ଼ି ପଡ଼ିଛି। ଗ୍ରାମ୍ୟ ଉନୟନ୍ନ ବିଭାଗ ତରଫରୁ ୨ବର୍ଷ ତଳେ ଏହି ପାଚେରି ନିର୍ମାଣ କରାଯାଇଥିଲା। ନିମ୍ନମାନର କାମ ହୋଇଥିବାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି।
ସୂଚନାନୁସାରେ, ଗ୍ରାମ୍ୟ ଉନୟନ୍ନ ବିଭାଗ ୨୦୧୯ ମସିହାରେ ନିମାପଡ଼ା ଶାଖା କେନାଲ ନିକଟ କୁଶଭଦ୍ରା ନଦୀର ଅଭୟମୁଖୀ ବ୍ରିଜ୍କୁ ସଂଯୋଗ କରିୁଥିବା ଏହି ଗାର୍ଡୱାଲ୍ ନିର୍ମାଣ କରିଥିଲା। ଲଗାଣ ବର୍ଷା କାରଣରୁ ଏହି ପାଚେରି ଭାଙ୍ଗି ଯାଇଛି। ସରପଞ୍ଚ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ଅଭିଯୋଗ ଅନୁସାରେ, ନିମ୍ନମାନର କାମ ହୋଇଥିବାରୁ ପାଚେରି ଭୁଶୁଡ଼ିଛି। ତେଣୁ ବିହିତ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/balipatana.jpg)