ଧଉଳି: ପିପିଲି ଥାନା ଅଧୀନ ପୋପରଙ୍ଗା ଗ୍ରାମ ନିକଟ ଦୟାନଦୀରୁ ଏକ ବିରଳ ପ୍ରଜାତିର ବାଲି କଇଁଛ ଉଦ୍ଧାର ହୋଇଛି। ପ୍ରାୟ ୪ ଫୁଟ୍ ଲମ୍ବା ଓ ୨ ଫୁଟ୍ ଓସାରର ବିରଳ ପ୍ରଜାତିର ଏହି ବାଲି କଇଁଛର ଓଜନ ୬୦କେଜି ୯୦୦ ଗ୍ରାମ ବୋଲି ଜଣେ ବନ କର୍ମଚାରୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତକାଲି ମାଛ ଧରିବା ପାଇଁ ଦୟାନଦୀରେ ଫାସିଜାଲ ଟଣା ଯାଇଥିବା ବେଳେ ସେଥିରେ କଇଁଛଟି ପଡ଼ି ଯାଇଥିଲା। ମାଛଧରାଳିମାନେ ତାକୁ ଘରକୁ ନେଇଯାଇଥିଲେ। ତେବେ ଏ ସଂପର୍କରେ ବାଳକାଟିସ୍ଥିତ ବନ ବିଭାଗ କାର୍ଯ୍ୟାଳୟର କର୍ମଚାରୀମାନେ ଖବର ପାଇ ଆଜି କଇଁଛଟିକୁ ସେମାନଙ୍କ ନିକଟରୁ ଉଦ୍ଧାର କରିଥିଲେ। ପରେ ରେଞ୍ଜ ଅଫିସର୍ ଜୟକୃଷ୍ଣ ଯଦୁମଣି ଦାସଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର୍ ସୁଶାନ୍ତ କୁମାର ସ୍ବାଇଁ, ଫରେଷ୍ଟଗାର୍ଡ ବିଶ୍ବରଞ୍ଜନ ମିଶ୍ର, ବନ କର୍ମଚାରୀ ବିଜୟ ମହାନ୍ତି, ସମ୍ବିତ ସୁବୁଦ୍ଧି ଓ ବିଜୟ ସାହୁ ପ୍ରମୁଖ ମହାନଦୀ ଜୋବ୍ରା ଆନିକଟ ନିକଟରେ ଛାଡ଼ି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/56f4h54sf56h456fshfsfshfshfshfh.jpg)