୭୧ତମ ସାଧାରଣତନ୍ତ୍ର ଦିବସରେ ସବୁଠି ଉଡ଼ିଲା ତ୍ରିରଙ୍ଗା

‘ସମ୍ବାଦ ଭବନ’ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ

ଓଡିଏମ୍‌: ପଟିଆସ୍ଥିତ ଓଡିଏମ୍‌ ପବ୍ଳିକ୍‌ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସାହିତ୍ୟିକ ହୃଷୀକେଶ ପଣ୍ତା ଜାତୀୟ ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷା ନିର୍ଦ୍ଦେଶକ ଆର୍ତ୍ତତ୍ରାଣ ମିଶ୍ର ଯୋଗଦେଇ ବାପା-ମା’ଙ୍କୁ ସମ୍ମାନ ଦେବା ଏବ˚ ନିଜ କର୍ତ୍ତବ୍ୟ ପ୍ରତି ସଚେତନ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ବରିଷ୍ଠ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ, ପରିଚାଳନା କମିଟିର ସଭାପତି ପି କେ ଦାସ, ସଦସ୍ୟା ଜ୍ୟୋତ୍ସ୍ନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆଇଆଇଟି ଭୁବନେଶ୍ବର: ଭୁବନେଶ୍ବର ଆଇଆଇଟିରେ ଅନୁଷ୍ଠିତ ଉତ୍ସବରେ ଏହାର ନିର୍ଦେଶକ ପ୍ରଫେସର ଆର ଭି ରାଜାକୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଆଇଆଇଟିର ସିକ୍ୟୁରିଟି ୟୁନିଟ୍‌ ଓ ଏନ୍‌ସିସି ୟୁନିଟ୍‌ ପକ୍ଷରୁ ମାର୍ଚଫାଷ୍ଟ ଓ ଡେୟାର-ଡେଭିଲ୍‌ ସୋ’ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ପି କେ ପଣ୍ଡା, ପ୍ରଫେସର ସୁଜିତ୍‌ ରୟ, ଡ. ଭି ଆର ପେଡିରେଡ୍ଡି, କର୍ଣ୍ଣଲ ସୁବୋଧ କୁମାର, ଶଙ୍କର୍ଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବତଟ ରେଳପଥ: ରେଳବାଇ ଷ୍ଟାଡିୟମଠାରେ ୭୧ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ରେଳବାଇ କର୍ମଚାରୀମାନଙ୍କ ନିଷ୍ଠାପର ସେବା, ରେଳପଥର କାର୍ଯ୍ୟ ଦକ୍ଷତା ସମ୍ପର୍କରେ ଆଲୋକପାତ କରିଥିଲେ। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ଉପ ମହାପ୍ରବନ୍ଧକ ଅଶୋକ କୁମାର ମିଶ୍ରଙ୍କ ସମେତ ବିଭାଗୀୟ ପ୍ରମୁଖ ଅଧିକାରୀ ଓ ସେମାନଙ୍କର ପରିବାର ଉପସ୍ଥିତ ଥିଲେ।

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ: ମଦନପୁରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟଠାରେ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ମୁଖ୍ୟଅତିଥି ଭ‌ାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବବିଦ୍ୟାଳୟ କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ, ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ଜଗନ୍ନାଥ କୁଅଁର, ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ର, ପଟିଆ: ପଟିଆ କାନନବିହାର-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ସାହିତ୍ୟିକ ବିରଜା ମୋହନ ଦାସ ମୁଖ୍ୟଅତିଥି, ସମାଜସେବୀ ଜୟପ୍ରକାଶ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଇଞ୍ଜଣା, ପଟିଆ ରେଳଷ୍ଟେସନ, ଶିଖରଚଣ୍ଡିନଗର, ପ୍ରଶାନ୍ତି ବିହାର ଆଦି ଅଞ୍ଚଳରେ ପ୍ରଭାତଫେରି କରାଯାଇଥିଲା। ବିଦ୍ୟାଳୟର ସଭାନେତ୍ରୀ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ: ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଇତିଶ୍ରୀ ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ସରିତା‌ ସୂପକାର, ସିଡିସି ସସ୍ମିତା‌ ମହାନ୍ତି, ଛାତ୍ରୀ ମଙ୍ଗଳ ଅଧିକାରୀ ଶିଖା ସିଂ, ଲୋକ ସମ୍ପର୍କ ଅଧିକାରୀ ମାନସ ବେହେରାଙ୍କ ସମେତ ଅଧ୍ୟାପିକା‌ ଓ କର୍ମଚାରୀ ଉପସ୍ଥିତ ଥିଲେ। ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କିଟ୍‌ ଓ କିସ୍‌: କିଟ୍‌ ଓ କିସ୍‌ ପ୍ରତିଷ୍ଠାନରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଜାତୀୟ ପତାକା ଉତ୍ତୋଳନ କରି ଦାରିଦ୍ର୍ୟ, ନିରକ୍ଷରତାର ସମ୍ପୂର୍ଣ୍ଣ ଦୂରୀକରଣ ଏବଂ ସମାଜର ଅବହେଳିତ ଓ ନିଷ୍ପେସିତଙ୍କ ସମ୍ମାନର ସହ ବଞ୍ଚିବା ସୁନିଶ୍ଚିତ କରାଇପାରିଲେ ସାମଗ୍ରିକ ବିକାଶ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କହିଥିଲେ। କେପିଆର୍‌ ମିଲ୍‌ ଲିମିଟେଡ୍‌ର ଅଧ୍ୟକ୍ଷ କେ ପି ରାମାସାମୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବାଧୀନତା ସ˚ଗ୍ରାମ ସେନାନୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆ ହାନ୍‌ସେଓ ବିଶ୍ବବିଦ୍ୟ‌ାଳୟର ପ୍ରଫେସର କିମ୍‌ ସେଙ୍ଗ୍‌ ଜେ, ଅଲିମ୍ପିଆନ୍‌ ଦୂତୀ ଚାନ୍ଦ, କିଟ୍‌ ବିଶ୍ବବିଦ୍ୟାଳୟର ଉପ କୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କିସ୍‌ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କିଟ୍‌ ବିଶ୍ବବିଦ୍ୟାଳୟ ଉପ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ୟାରେଡ୍‌ ଓ ସା˚ସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ଦଳକୁ ପୁରସ୍କୃତ କରାଯିବା ସହ କିଟ୍‌ ଓ କିସ୍‌ର ଶ୍ରେଷ୍ଠ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ଓପିଟିସିଏଲ୍‌: ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଂଚାରଣ ନିଗମ ଲିମିଟେଡ଼୍‌(ଓପିଟିସିଏଲ୍‌)ର ମୁଖ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ କୃଷି ସଚିବ ତଥା ଓପିଟିସିଏଲ୍‌ର ଅଧ୍ୟକ୍ଷ ସୌରଭ ଗର୍ଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଏକ ମୋବାଇଲ୍‌ ଆପ୍‌ ଇ-ସମ୍ପର୍କର ଶୁଭାରମ୍ଭ କରାଯାଇଥିଲା। ଏଥିରେ ରାଜ୍ୟର ସମସ୍ତ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଯୋଡ଼ିବା ସହ ବିଦ୍ୟୁତ୍‌ ସେବା ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପଲବ୍ଧ ହେବ। କର୍ମଚାରୀଙ୍କ ସୁସ୍ବାସ୍ଥ୍ୟ ପାଇଁ ଉଦ୍ଧିଷ୍ଟ ପାୱାର କ୍ଲବରେ ବ୍ୟାୟାମଶାଳାର ମଧ୍ୟ ଉଦ୍‌ଘାଟନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଗ୍ରିଡକୋର କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଶିଷ ଈଶ୍ବର ପାଟିଲ, ମୁଖ୍ୟ ମହାପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ଥିଲେ। ମାନବ ସମ୍ବଳ ମହାପ୍ରବନ୍ଧକ ଚନ୍ଦ୍ରଶେଖର ପ୍ରଧାନଙ୍କ ଦ୍ବାରା କାର୍ଯ୍ୟକ୍ରମ ସୁପରିଚାଳିତ ହୋଇଥିଲା।

ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ: ଆଇଆର୍‌ସି ଭିଲେଜସ୍ଥିତ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ଟ୍ରଷ୍ଟର ଚେୟାରମ୍ୟାନ ଲାୟନ ଇ˚ ବିପିନ ବିହାରୀ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମ୍ୟାନେଜିଙ୍ଗ କମିଟିର ଚେୟାରମ୍ୟାନ ଲାୟନ ସୁଧା˚ଶୁ କୁମାର ମହାନ୍ତି ଏହି ଦିବସ ଉପରେ ସମ୍ୟକ ଆଲୋକପାତ କରିଥିଲେ। ଲାୟନ୍ସ କ୍ଲବର ସଭାପତି ଲାୟନ ରାମପ୍ରସାଦ ପାତ୍ର, ସମ୍ପାଦକ ଲାୟନ ଇ˚ ସିଦ୍ଧାର୍ଥ ମହାନ୍ତି, ସମ୍ପାଦକ ଲାୟନ ତପନ ହରିଚନ୍ଦନ ଏବ˚ ବହୁ ସଦସ୍ୟ ଯୋଗ ଦେଇଥିଲେ। ଚକ୍ଷୁ ବିଶେଷଜ୍ଞ ଡା ପ୍ରସନ୍ନ କୁମାର ମହାନ୍ତି ଏବ˚ ଚିକିତ୍ସାଳୟର ସମସ୍ତ କର୍ମକର୍ତ୍ତା ଅ˚ଶଗ୍ରହଣ କରିଥିଲେ।

ଦିବ୍ୟଜ୍ୟୋତି ସେବାଶ୍ରମ: ଭୁବନେଶ୍ବର ପାତ୍ରପଡ଼ାସ୍ଥିତ ଦିବ୍ୟଜ୍ୟୋତି ସେବାଶ୍ରମ ଶିଶୁଗୃହରେ ମୁଖ୍ୟଅତିଥି ଭାବେ ସମ୍‌ ହସ୍ପିଟାଲର ନିର୍ଦ୍ଦେଶକ ଡା ପ୍ରଶାନ୍ତ ପଣ୍ତା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିଶୁ ସ˚ଗଠନ ସମିତିର ସଦସ୍ୟା ମାନସୀ ପାରମୀ, କାନ୍ତା ମହାନ୍ତି ଓ ଶୁଭଲକ୍ଷ୍ମୀ ତ୍ରିପାଠୀ ଯୋଗ ଦେଇଥିଲେ। ଏହି ଅବସରରେ ବକ୍ତୃତା, ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତା କରାଯାଇଥିଲା। ଅନୁଷ୍ଠାନର ଉପ ସଭାପତି ନିବେଦିତା ତ୍ରିପାଠୀ ଓ ମୁଖ୍ୟ ସ˚ଯୋଜକ ଶ୍ରୀମତୀ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସତ୍ୟବିହାର ଶିଶୁ ମନ୍ଦିର: ସତ୍ୟବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ପରିଚାଳନା କମିଟିର ଉପସଭାପତି ରଘୁନାଥ କୁଣ୍ଡୁଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ପରେ ପରିଚାଳନା କମିଟିର ସମ୍ପାଦକ କେଦାର ମଲ୍ଲିକ, ସଭ୍ୟ ନୃସିଂହ ପ୍ରସାଦ ଦାସ,ସର୍ବେଶ୍ୱର ଜେନା ଓ ସମସ୍ତ ଗୁରୁଜୀ ଗୁରୁମା’ଙ୍କ ଗହଣରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଭାତ ଫେରିରେ ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ। ପ୍ରଧାନାଚାର୍ଯ୍ୟ ନୃସିଂହ ଗୁରୁଜୀ ଏହି ଦିବସର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରି ଅଞ୍ଚଳବାସୀଙ୍କ ଚିତ୍ତ ଆକର୍ଷଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବାଲିପାଟଣା: ବାଲିପାଟଣାର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବାଲିପାଟଣା ତହସିଲ, ବ୍ଲକ, ଥାନା, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଅଗ୍ନିଶମ ବିଭାଗ, ଜଳସମ୍ପଦ, ସରକାରୀ ଉଚ୍ଚ ବିଦ୍ୟାଳୟ, ବନମାଳିପୁର କଲେଜ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ଶିଶୁ ଅନନ୍ତ ମହାବିଦ୍ୟାଳୟ, ଓଡଖଣ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଗ୍‌ଦେବୀ ସ୍କୁଲ, ସେଣ୍ଟ ଜାଭିୟର ସ୍କୁଲ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଓ ଅନ୍ୟାନ୍ୟ ସରକାରୀ ବେସରକାରୀ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା। ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ବାଲିପାଟଣା ହାଟ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ଓ ବିଜେଡି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ।

ବାଲିଅନ୍ତା: ବାଲିଅନ୍ତା ବ୍ଲକର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଉନ୍ନ୍ରୟନ ଅଧିକାରୀ ରଶ୍ମିରେଖା ପ୍ରଧାନ ଓ ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣି ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବାଳକାଟି ଜାମୁତୋଟା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସଂପାଦକ ଚୈତନ୍ୟ ସାହୁ ପତାକା ଉତ୍ତୋଳନ କରିଥିଲେ। ଡାଇଭରସିଟି ଓ ଅଲିଭା ଦୀପ ଫାଉଣ୍ଡେସନ ମିଳିତ ସହଯୋଗରେ ବାଲିଅନ୍ତା ମହାତ୍ମା ସେତୁ ଉପରେ ଜୟଦେବ ବିଧାୟକ ପତାକା ଉତ୍ତୋଳନ କରିଥିଲେ। ଲୁକେଶ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।
ପଠାଣି ସାମନ୍ତ ଶିକ୍ଷାକେନ୍ଦ୍ର: ନୀଳାଦ୍ରି ବିହାର ସ୍ଥିତ ପଠାଣୀ ସାମନ୍ତ ଶିକ୍ଷାକେନ୍ଦ୍ର ପକ୍ଷରୁ ଅନୁଷ୍ଠାନର ନିର୍ଦେଶକ ଦିଲ୍ଲୀପ କାନୁନ୍‌ଗୋଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଧାଂଶୁ ମହାପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।

ଜୟଦେବ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର: ଭୁବନେଶ୍ବର: ଜୟଦେବ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଧର୍ମ ପ୍ରସାଦ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କୁ ଦେଶ ସ୍ବାଧୀନତା ପଛରେ ମହାପୁରୁଷମାନଙ୍କ ରହିଥିବା ଅବଦାନ ବିଷୟରେ କହିଥିଲେ। ବିପ୍ଳବୀ ପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ସମ୍ବିଧାନକୁ ସମ୍ମାନ ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ନିଶାନ ବିଶ୍ବାଳ, ଉପସଭାପତି ବ୍ରଜ କିଶୋର ଶର୍ମା, ସମ୍ପାଦକ ବାଣୀବ୍ରତ ତ୍ରିପାଠୀ, ଶାନ୍ତି ବେହେରା ପ୍ରମୁଖଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ଇନ୍ଦିରା ପାର୍କ ମର୍ଣ୍ଣିଂ ଵାକର୍ସ ଆସୋସିଏସନ୍‌: ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ପାର୍କସ୍ଥିତ ଇନ୍ଦିରା ପାର୍କ ମର୍ଣ୍ଣିଂ ଵାକର୍ସ ଆସୋସିଏସନ୍‌ ପକ୍ଷରୁ ପାର୍କ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଆସୋସିଏନର ଆବାହକ ଚିତ୍ତରଞ୍ଜନ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶିଳ୍ପପତି ହୀତେନ୍ଦ୍ର ନାରାୟଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏଭରେଷ୍ଟ୍‌ ଆରୋହୀ ଗଣେଶ ଚନ୍ଦ୍ର ଜେନା, ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି, ଶିଳ୍ପପତି ଦୀନେଶ ପାଠକ ପ୍ରମୁଖ ଯୋଗଦେଇ ଗଣତନ୍ତ୍ର ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

କେଏମ୍‌ବିବି ବିଜ୍ଞାନ ମହାବିଦ୍ୟାଳୟ
ଭୁବନେଶ୍ବର‌: ତ୍ରିଶୁଳିଆ ସ୍ଥିତ କେଏମ୍‌ବିବି ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ୭୧ତମ ସାଧାରଣତନ୍ତ୍ର ଦିବସ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୁନି ଚରଣ ସୂତାର ଜାତୀୟ ପତାକା ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କୁ ଦେଶ ତଥା ଜାତିର ସ୍ବାର୍ଥ ପାଇଁ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପରେଡ ପ୍ରଦର୍ଶନ କରାଯାଇଥିଲା। ଅଧ୍ୟାପକ ସନ୍ତୋଷ କୁମାର ସାହୁ, ପୃଥ୍ବୀରାଜ ସାହୁ ଓ ରାକେଶ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟା‌ପିକା ମିନତିପ୍ରଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର