କଟକ: ୭୨ତମ ରାଜ୍ୟସ୍ତରୀୟ ପୁଲିସ କ୍ରୀଡ଼ା ପ୍ରତିଯୋଗିତା ପୁଲିସ ରିଜର୍ଭ ପଡ଼ିଆରେ ଉଦ୍ଘାଟିତ ହୋଇଛି। ପୁଲିସ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଡ. ସତ୍ୟଜିତ ମହାନ୍ତି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି।
ଏହି ପ୍ରତିଯୋଗିତାରେ ରାଜ୍ୟର ୫୪ଟି ଦଳର ୯୪୯ଜଣ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରୁ ୩୦ଟି ଦଳ, ବାଟାଲିୟନରୁ ୧୯ ଦଳ, ବେତାର ଏବ˚ ରେଲେଵ ପ୍ରତିଷ୍ଠାନରୁ ୩ଟି ଦଳ, କମିସନରେଟ୍ ପୁଲିସରୁ ୨ଟି ଦଳକୁ ମିଶାଇ ମୋଟ ୫୪ଟି ଦଳରୁ ମୋଟ ୯୪୯ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ସୂଚନା ଅନୁସାରେ, ୭୮୨ଜଣ ପୁରୁଷ ଏବ˚ ୧୬୭ଜଣ ମହିଳା ପ୍ରତିଯୋଗୀ ଥିବା ବେଳେ ପୁରୁଷଙ୍କ ପାଇଁ ୨୨ଟି ବିଭାଗ ଓ ମହିଳାଙ୍କ ପାଇଁ ୧୩ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆସନ୍ତା ୭ ତାରିଖରେ ଶେଷ ହେବ।
ମୋଟ ୪ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ୍ନ ଦୌଡ଼କୁଦ, ଉଚ୍ଚଡିଆଁ, ଲମ୍ବଡିଆଁ, ଟ୍ରିପଲ୍ ଜମ୍ପ, ହଡଲ୍ସ, ଜାଭେଲିନ୍ ଥ୍ରୋ, ଡିସ୍କସ୍ ଥ୍ରୋ, ପୋଲ୍ ଭଲ୍ଟ, ସଟପୁଟ ଆଦି ବିଭିନ୍ନ ବିଭାଗର ପ୍ରତିଯୋଗିତା ଆୟୋଜନ ହେବ। ପ୍ରତିଯୋଗିତାରେ ଏକ ପୂର୍ଣ୍ଣାଙ୍ଗ ମାରାଥନ୍ ଦୌଡ଼ (୪୨ କିମି) ଆୟୋଜନ କରାଯିବ। ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍ ବନିତା ଲାକ୍ରା ଓ କୌଶଲ୍ୟ କୁମାର ନାୟକ ଶପଥ ପାଠ କରାଇଥିଲେ।
ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ପରିଚଳାନା କମିଟିର ଉପାଧ୍ୟକ୍ଷ ତଥା ଏଡିଜି ବିନୟତୋଷ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆୟୋଜନ କମିଟି ସମ୍ପାଦକ ତଥା ଷଷ୍ଠ ଓଏସ୍ଏପି ବାଟାଲିୟନର ଦୁର୍ଗପତି ବୈକୁଣ୍ଠ ବିହାରୀ ରାଉତ, ପରିଚାଳକ ତ୍ରିନାଥ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀ ସାମିଲ ଥିଲେ। କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈକୁଣ୍ଠ ବିହାରୀ ରାଉତ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/5f64h857fh98f7h89fs7h8sf4hsfhsfhfshfhfhfhfhfhfh.jpg)