ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମି ଚାଲିଛି। ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୭୪ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯,୩୧୦କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାର ୬୦ ପ୍ରତିଶତ ରୋଗୀ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ୭୪ ରୋଗୀଙ୍କ ମଧ୍ୟରୁ ୫୮ଜଣ ଲୋକାଲ କଣ୍ଟାକ୍ଟସ୍ ଥିବା ବେଳେ ୧୬ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୧ଟି ଅଞ୍ଚଳରୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେପ୍ଟେମ୍ବର ମାସ ଶେଷ ଆଡ଼କୁ ରାଜଧାନୀରେ ସଙ୍ଗରୋଧରୁ ରୋଗୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ଲୋକାଲ କଣ୍ଟାକ୍ଟସ୍ଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଅପରପକ୍ଷରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ରାଜଧାନୀରେ ଏପର୍ଯ୍ୟନ୍ତ ୧୬୮ଜଣ କରୋନାରେ ପ୍ରାଣ ହରାଇ ସାରିଲେଣି। ଗତ ୨୪ଘଣ୍ଟାରେ ରାଜଧାନୀରେ ୨୧୪ଜଣ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୭,୯୫୮କୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ଏବେ ୧୧୬୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
ବାଲିଅନ୍ତାରେ ପୁଣି ୩ ପଜିଟିଭ୍
ବାଲିଅନ୍ତା : ସ୍ଥାନୀୟ ଅଞ୍ଚଳରେ ପୁଣି ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବାଲିଅନ୍ତା ମହାନ୍ତିପାଟଣାର ଜଣେ ୭୨ ବର୍ଷୀୟ ବୃଦ୍ଧା, ହୀରାପୁର ଅଞ୍ଚଳର ୫୪ ବର୍ଷୀୟ ଜଣେ ବ୍ୟକ୍ତି ଓ ଦୂଆପାଟଣା ଗ୍ରାମର ୪୦ ବର୍ଷୀୟ ଜଣେ ଯୁବକ। ଏଥିସହିତ ଏଠାରେ ଆୟୋଜିତ କୋଭିଡ୍ ପରୀକ୍ଷା କେନ୍ଦ୍ରରେ ନମୁନା ପରୀକ୍ଷା କରାଇଥିବା ଭୁବନେଶ୍ବର ବ୍ଲକ ଏସ୍ବିଆଇ କଲୋନି ବାଙ୍କୁଆଳ ଅଞ୍ଚଳର ଜଣେ ୪୫ ବର୍ଷୀୟ ଯୁବକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/corona-tt.jpg)