ଭୁବନେଶ୍ବର: ଧିରେ ଧିରେ ରାଜଧାନୀରେ ମାଡ଼ିଲାଣି ଡେଙ୍ଗୁ। ଚଳିତ ମାସରେ କେବଳ କ୍ୟାପିଟାଲ୍ ହସ୍ପିଟାଲ୍ରେ ୭୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହେଲେଣି। ଏହାବାଦ ଦିନକୁ ଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଚଳିତ ମାସରେ ଏହି ସଂଖ୍ୟା ୧୦୦ ଡେଇଁଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁସାରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି କ୍ୟାପିଟାଲ୍ ହସ୍ପିଟାଲ୍ରେ ୫ଜଣ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆଜି ନୂଆ ୪ଟି ରୋଗୀ ଚିହ୍ନଟ ହୋଇଛନ୍ତି। ଏହାବାଦ ଚଳିତ ମାସରେ ୩୨ ଜଣ ରୋଗୀ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଚଳିତ ମାସରେ ମୋଟ୍ ୨୪୭୨ ଡେଙ୍ଗୁ ଟେଷ୍ଟ ହୋଇଥିବା ବେଳେ ୭୪ ଜଣ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଡେଙ୍ଗୁରୋଗୀଙ୍କ ଚିକିତ୍ସାକୁ ନେଇ ବିହିତ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ୱାର୍ଡରେ ୧୦ଟି ଶଯ୍ୟା ସଂରକ୍ଷିତ ରଖାଯାଇଛି। ଏହାବାଦ ଆବଶ୍ୟକ ପଡ଼ିଲେ ଏହି ସଂଖ୍ୟା ବୃଦ୍ଧି କରାଯିବ। ସାଲାଇନ୍ ସହ ରୋଗୀମାନଙ୍କୁ ଆବଶ୍ୟକତା ପୂରଣ ପାଇଁ ରକ୍ତଭଣ୍ଡାରରେ ରକ୍ତ ମହଜୁଦ୍ ରଖାଯାଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ରୁପଭାନୁ ମିଶ୍ର କହିଛନ୍ତି ଯେ, ଏଡିସ୍ ମଶା କାମୁଡ଼ିଲେ ଡେଙ୍ଗୁ ହୋଇଥାଏ। ଏହା ଦିନ ବେଳା କାମୁଡ଼ିଥାଏ। ତେଣୁ ଦିନ ବେଳେ ମଧ୍ୟ ସତର୍କ ରହିବା ଆବଶ୍ୟକ। ଘରେ, ଅଫିସ ଓ ବିଦ୍ୟାଳୟରେ ଯେଉଁଠାରେ ବର୍ଷା ଜଳ ଜମୁଛି ସେଠାରୁ ପାଣି ଖାଲିକରନ୍ତୁ। ବର୍ଷା ଦିନ ହିଁ ଡେଙ୍ଗୁ ବ୍ୟାପେ। ତେଣୁ ସତର୍କ ରହିବା ଆବଶ୍ୟକ ବୋଲି ଡା. ମିଶ୍ର କହିଛନ୍ତି।
୨୪ ଦିନରେ ୭୪ ରୋଗୀ: ମାଡ଼ିଚାଲିଛି ଡେଙ୍ଗୁ
ଧିରେ ଧିରେ ରାଜଧାନୀରେ ମାଡ଼ିଲାଣି ଡେଙ୍ଗୁ। ଚଳିତ ମାସରେ କେବଳ କ୍ୟାପିଟାଲ୍ ହସ୍ପିଟାଲ୍ରେ ୭୪ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହେଲେଣି। ଏହାବାଦ ଦିନକୁ ଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଚଳିତ ମାସରେ ଏହି ସଂଖ୍ୟା ୧୦୦ ଡେଇଁଯିବ ବୋଲି...
/sambad/media/media_files/2025/07/25/dengu-2025-07-25-06-40-12.jpg)