ଭୁବନେଶ୍ୱର: ଭାରତବର୍ଷର ଆଦି ଶଙ୍କରାଚାର୍ଯ୍ୟ ପରମ୍ପରାର ଅନନ୍ୟ ସନ୍ଥ ପୁରୀ ଗୋବର୍ଦ୍ଧନ ପୀଠାଧୀଶ୍ୱର ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ୭୫ତମ ସ୍ୱନକ୍ଷତ୍ର ଉତ୍ସବ ରାମରାଜ୍ୟ ପରିଷଦ ଓଡ଼ିଶା ପକ୍ଷରୁ ବୁଦ୍ଧମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଭଳି ଜଣେ ସତ୍ୟନିଷ୍ଠ ସନ୍ଥଙ୍କ ପାଇଁ ଓଡ଼ିଶା ଗର୍ବିତ। ସେ ଯୁବପିଢ଼ିଙ୍କୁ ସଂଗଠିତ କରି ରାଷ୍ଟ୍ର ନିର୍ମାଣରେ ସେମାନଙ୍କୁ ଲଗାଇବା, ସମାଜରୁ ଭ୍ରଷ୍ଟାଚାର, ଅନ୍ୟାଚାର ଓ ଦୁର୍ନୀତି ଦୂର କରିବା ପାଇଁ ତାଙ୍କର ପ୍ରଚେଷ୍ଟା ସର୍ବଦା ସମ୍ମାନଯୋଗ୍ୟ ବୋଲି ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ।
ଆଜିର ଉତ୍ସବରେ ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ, ବିଶିଷ୍ଟ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ବଦ୍ରିନାଥ ପଟ୍ଟନାୟକ, ବୁଦ୍ଧ ସମିତି ଟ୍ରଷ୍ଟି ସୌରେନ୍ଦ୍ର ମହାପାତ୍ର, ରାମ ରାଜ୍ୟ ପରିଷଦର ସଦସ୍ୟ ତଥା ପୂର୍ବତନ ଶିକ୍ଷା ନିର୍ଦ୍ଦେଶକ କମଳା ପ୍ରସାଦ ମହାପାତ୍ର, ତନୁଜା ରଥ, ଇଂ ବିବେକାନନ୍ଦ ପାତ୍ର, କୈଳାସନାଥ ମହାପାତ୍ର, ବାସୁଦେବ ଭଟ୍ଟ, ସଞ୍ଜୀବ ପାଇକରାୟ, ବୀରକିଶୋର ବାରିକ, ରାମଚନ୍ଦ୍ର ପରିଡ଼ା, ସୁବ୍ରତ ମହାପାତ୍ର, ରସିକ ଚାନ୍ଦ ପଟ୍ଟନାୟକ, ଆଲୋକ ମହାନ୍ତି ଓ ଆନନ୍ଦ ଚାନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଶଙ୍କରାଚାର୍ଯ୍ୟଙ୍କ ୭୫ତମ ସ୍ୱନକ୍ଷତ୍ର
/sambad/media/post_attachments/wp-content/uploads/2018/07/m21-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)