ଭୁବନେଶ୍ୱର: ଭୁବନେଶ୍ୱର ପିଜିଆଇଏମ୍ଇଆର୍ ଓ କ୍ୟାପିଟାଲ୍ ହସ୍ପିଟାଲ୍ରେ ଜଣେ ୭୬ ବର୍ଷୀୟା ମହିଳାଙ୍କ ପେଟରୁ ଏକ ବୃହତ୍ ଓଭାରିଆନ୍ ଟ୍ୟୁମର୍ ଅପସାରଣ କରିଛି। ହସ୍ପିଟାଲ୍ର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗର ମୁଖ୍ୟ ପ୍ରଫେସର ଡା. ସସ୍ମିତା ବେହୁରିଆଙ୍କ ନେତୃତ୍ୱରେ ଏକ ଚିକିତ୍ସକ ଦଳ ମହିଳାଙ୍କ ପେଟରୁ ଏହି ୭.୬ କେଜି ଓଜନ ତଥା ୪୦ ସେମି ବ୍ୟାସ ବିଶିଷ୍ଟ ବିଶାଳ ଓଭାରିଆନ୍ ଟ୍ୟୁମର୍ ଅସ୍ତ୍ରୋପଚାରକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି।
ସୂଚନା ମୁତାବକ, ଗତ ୬ମାସ ହେବ ମହିଳାଙ୍କ ପେଟରେ ଥିବା ଟ୍ୟୁମର୍ର ଆକାର ବୃଦ୍ଧି ପାଇଥିଲା। ଚିକିତ୍ସା ପାଇଁ ସେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଗତକାଲି ଡା. ବେହୁରିଆଙ୍କ ସମେତ ଡା. ସମ୍ବେଦନା ପାଣିଗ୍ରାହୀ, ଡା. ପରମିତା ପ୍ରଧାନ ଏହି ଅସ୍ତ୍ରୋପଚାର କରିଥିଲେ। ଡା. ଶଙ୍କର୍ଷଣ ପଟେଲ, ଡା. ପବିତ୍ର ତ୍ରିପାଠୀ ଓ ଡା. ନିହାରନଳିନୀ ସେନାପତିଙ୍କ ମାର୍ଗଦର୍ଶନରେ ମହିଳାଙ୍କୁ ନିଶ୍ଚେତକ ପ୍ରଦାନ କରାଯାଇଥିଲା। ଅସ୍ତ୍ରୋପଚାର ସମୟରେ ନର୍ସିଂ ଅଫିସର ରୋସାଲିନା ସହାୟତା କରିଥିଲେ। ପିଜିଆଇଏମ୍ଇଆର୍ର ପାଥୋଲୋଜି ଡା. ହରପ୍ରିୟା ପାଥୋଲୋଜିକାଲ ସହାୟତା ଯୋଗାଇଥିଲେ। ଅସ୍ତ୍ରୋପଚାର ପରେ ମହିଳାଜଣକ ସୁସ୍ଥ ଥିବା ଜଣାପଡ଼ିଛି। ହସ୍ପିଟାଲର ନିର୍ଦ୍ଦେଶିକା ଡା. ସୁଜାତା ମିଶ୍ରଙ୍କ ତତ୍ତ୍ବାବଧାନ ତଥା ଆଧୁନିକ ଭିତ୍ତିଭୂମି ଯୋଗୁ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ୱାସ୍ଥ୍ୟସେବାରେ ଏଭଳି ଉଲ୍ଲେଖନୀୟ ସଫଳତା ପାଇଛି ବୋଲି ମେଡିକାଲ୍ ଟିମ୍ କହିଛନ୍ତି।
ମହିଳାଙ୍କ ପେଟରୁ ବାହାରିଲା ୭.୬ କେଜିର ଓଭାରିଆନ୍ ଟ୍ୟୁମର୍
ଭୁବନେଶ୍ୱର ପିଜିଆଇଏମ୍ଇଆର୍ ଓ କ୍ୟାପିଟାଲ୍ ହସ୍ପିଟାଲ୍ରେ ଜଣେ ୭୬ ବର୍ଷୀୟା ମହିଳାଙ୍କ ପେଟରୁ ଏକ ବୃହତ୍ ଓଭାରିଆନ୍ ଟ୍ୟୁମର୍ ଅପସାରଣ କରିଛି। ହସ୍ପିଟାଲ୍ର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗର ମୁଖ୍ୟ ପ୍ରଫେସର ଡା. ସସ୍ମିତା...
/sambad/media/media_files/2025/07/12/kjhgfdsa-2025-07-12-06-33-07.jpg)