ଭୁବନେଶ୍ୱର: ୭ମ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ଛାୟା ଜାତିସଂଘ ଉଦ୍ଯାପିତ ହୋଇଛି। ଭାରତରେ ଅବସ୍ଥାପିତ ବଲଭିଆର ରାଷ୍ଟ୍ରଦୂତ ଡାରିଓ ଆରିସ୍ପେ ବାରିଏଣ୍ଟୋସ, ଏଲ୍ ସାଲ୍ଭେଡର ଗଣରାଜ୍ୟର ରାଷ୍ଟ୍ରଦୂତ ଏରିଏଲ୍ ଆଣ୍ଡ୍ରେଡ୍ ଗାଲିନ୍ଦୋ ଅତିଥି ଭାବେ ଯୋଗଦେଇ ଛାୟା ଜାତିସଂଘ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ନେବା ଏବଂ ବିଶ୍ୱର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ସୃଜନଶୀଳତା ବିକଶିତ ହୋଇଥାଏ ବୋଲି କହିଥିଲେ। ବଲଭିଆ ଏମ୍ବାସିର କାଉନସିଲର ଜୁଆନ୍ ଜୋସ୍ କୋର୍ତେଜ ରୋଜାସ୍, କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲର ଚେୟରାପର୍ସନ ମୋନାଲିସା ବଳ, ଅଧ୍ୟକ୍ଷ ସଞ୍ଜୟ ସୁଆର ଓ ନନ୍ଦିତା ମିଶ୍ର ଉପସ୍ଥିତ ଥିଲେ। ଅଗଷ୍ଟ ୧୦ରୁ ଆରମ୍ଭ ହୋଇଥିବା ଏହି ଛାୟା ଜାତିସଂଘରରେ ଚଳିତବର୍ଷ ପାଇଁ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ ଶ୍ରେଷ୍ଠ ସ୍କୁଲ ବିବେଚିତ ହୋଇଥିଲା। ଏଥିରେ ଦେଶର ୫୦ଟି ସ୍କୁଲରୁ ପ୍ରାୟ ୫ଶହରୁ ଅଧିକ ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ। ଏହା ଛଡ଼ା ୫ଟି ଦେଶର ଛାତ୍ର ପ୍ରତିନିଧି ମଧ୍ୟ ଅଂଶଗ୍ରହଣ କରିଥିଲେ।
୭ମ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଛାୟା ଜାତିସଂଘ ଉଦ୍ଯାପିତ
/sambad/media/post_attachments/wp-content/uploads/2018/08/7th-KiiT-International-School-MUN-Conference-concluded.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)