୮କୋଟି ଠକେଇ, ନ୍ୟାୟ ପାଇଁ ନବୀନ ନିବାସ ଆଗରେ ‌େଦବେ ଧାରଣା

ଭୁବନେଶ୍ବର: ଭୀମପୁର ମୌଜା ଅଧୀନର ଅଶୋକ ଦାସ ୮ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏୟାରଫିଲ୍ଡ ଥାନା ଅଭିଯୋଗ ଗ୍ରହଣ ନ କରିବାରୁ ଅଭିଯୋଗକାରୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କୋର୍ଟରୁ ନିର୍ଦ୍ଦେଶ ଆସିବା ପରେ ପୁଲିସ୍‌ ମାମଲା ସିନା ରୁଜୁ କରିଛି ହେଲେ, କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଏ ନେଇ ସେ ପୁଲିସ୍‌ କମିସନରଙ୍କୁ ଅଭିଯୋଗ କରିଛନ୍ତି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ହେଲେ ନବୀନ ନିବାସ ଆଗରେ ସପରିବାର ଧାରଣା ଦେବାକୁ ସେ କହିଛନ୍ତି। ଅଶୋକଙ୍କ ଅଭିଯୋଗ ମୁତାବକ, ସେ ଅଭିଯୁକ୍ତଙ୍କ ସହ ମିଶି ଭାଗିଦାରୀରେ ବିଲ୍ଡର ଭାବେ କାମ କରୁଥିଲେ। ଅଭିଯୁକ୍ତ ଓ ତାଙ୍କ ମଧ୍ୟରେ ଏହି ବ୍ୟବସାୟ ଆରମ୍ଭ ପୂର୍ବରୁ ଚୁକ୍ତି ହୋଇଥିଲା। ଏହି ଚୁକ୍ତତିକୁ ଖିଲାପ କରି ଅଭିଯୁକ୍ତ ୮କୋଟି ଟଙ୍କା ଠକେଇ କରିଛନ୍ତି। ଅଭିଯୁକ୍ତ ୫ କୋଟି ଟଙ୍କାର ଚେକ୍‌ ଦେଇଥିଲେ ମଧ୍ୟ ଆକାଉଣ୍ଟରେ ପଇସା ନାହିଁ। ଏ ନେଇ ଏୟାରଫିଲ୍ଡ ଥାନା ଆଇଆଇସି ଦେବୀଶଙ୍କର ପ୍ରତାପ କହିଛନ୍ତି ମାମଲାର ତଦନ୍ତ ଚାଲିଛି। ଆମେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସମ୍ବନ୍ଧିତ ଖବର