ଆଜି ଆର୍‌ଟିଓ-୧ରେ ଉଚ୍ଛେଦ ବେଳେ ସହିଦନଗର ଥାନା ପୁଲିସ ୮ଜଣ ଦଲାଲଙ୍କୁ ଗିରଫ କରିଛି। ସେମାନେ ହେଲେ ସହିଦନଗର ୟୁନିଟ୍‌-୯ ଫ୍ଲାଟ୍‌ ଅଞ୍ଚଳର ଲଲିତ ମୋହନ ମହାପାତ୍ର(୪୫), ପଳାସୁଣୀ ଅଞ୍ଚଳର ଆଶୁତୋଷ ମହାନ୍ତି(୩୬), ଜଗତସିଂହପୁର ଅଞ୍ଚଳର ଭାଗ୍ୟବନ୍ତ ପାଢ଼ୀ (୨୫), ରସୁଲଗଡ଼ ଅଞ୍ଚଳର ରଶ୍ମୀରଂଜନ ସ୍ବାଇଁ (୩୬), ଶୈଳଶ୍ରୀବିହାର ଅଞ୍ଚଳର ପ୍ରତାପ କୁମାର ନାୟକ (୫୩), ହାଉସିଂ ବୋର୍ଡ କଲୋନିର ପ୍ରଫୁଲ୍ଲ କୁମାର ସ୍ବାଇଁ (୪୨), ପାଣ୍ଡରା ଅଞ୍ଚଳର ରାଧାକ୍ରି‌ଷ୍ଣ ମିଶ୍ର (୫୨) ଓ ନନ୍ଦନକାନନ ଗଣ୍ଡରପୁର ଅଞ୍ଚଳର ଦେବରାଜ ବେହେରା(୪୬)। ଏନେଇ ପୁଲିସ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛି।

ଲାଇସେନ୍ସ ପାଇଁ ଟଙ୍କା ଦେଇ ଫସିଲେ

Advertisment

ଆରଟିଓରୁ ଦଲାଲ୍‌ ଉଭ‌ାନ୍‌ ହୋଇଯିବା ପରେ ଏବେ କିଛି ଲୋକ ଚିନ୍ତାରେ ପଡ଼ିଯାଇଛନ୍ତି। ନୂଆ ମୋଟର ଯାନ ଆଇନ୍‌ ଲାଗୁ ପରେ ଲାଇସେନ୍ସ ପାଇଁ ଆର୍‌ଟିଓରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗୁଥିଲା। ବାଧ୍ୟ ହୋଇ ଲାଇସେନ୍ସ ପାଇଁ କେତେକ ଦଲାଲଙ୍କ ପାଖରେ ପାଞ୍ଚୁଥିଲେ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏକ ପ୍ରକାର ସେମାନଙ୍କ ଉପରେ ନିର୍ଭର କରୁଥିଲେ। ଏହାର ଫାଇଦା ଉଠାଇ ଦଲାଲ୍‌ମାନେ ଲୋକଙ୍କୁ ଲୁଟୁଥିଲେ। ଲାଇସେନ୍ସ ପାଇଁ ସରକାରୀ ଦେୟଠାରୁ ୨ଗୁଣା ୩ଗୁଣା ଅର୍ଥ ଅଧିକ ରଖୁଥିଲେ। ଏଭଳି ହଜାର ହଜାର ଲୋକ ଲାଇସେନ୍ସ ପାଇଁ ଦଲାଲଙ୍କୁ ଟଙ୍କା ଦେଇଛନ୍ତି। ଆର୍‌ଟିଓରେ ଚଢ଼ାଉ ଓ ଜବର ଦଖଲ ଉଚ୍ଛେଦ ପରେ ଦଲାଲମାନେ ଏକପ୍ରକାର ଗାଏବ ହୋଇଯାଇଛନ୍ତି। ଲାଇସେନ୍ସ ବାବଦକୁ ଟଙ୍କା ଦେଇଥିବା ଲୋକମାନେ ଦଲାଲଙ୍କୁ ଖୋଜିଲେ ଆଉ‌ ସେମାନେ ମିଳୁ ନାହାନ୍ତି କି ସେମାନେ ଦେଇଥିବା ନମ୍ବରରେ ଯୋଗାଯୋଗ କଲେ ମଧ୍ୟ ସେମାନେ ଫୋନ୍‌ ବି ଉଠାଉ ନାହାନ୍ତି। ଏବେ ସେମାନଙ୍କୁ କେଉଁଠୁ‌ ପାଇବେ? ଲାଇସେନ୍ସ ପାଇବେ ତ? ସେମାନଙ୍କ ଟଙ୍କା କିଏ ଫେରାଇବ? ଏଭଳି ଦ୍ବନ୍ଦରେ ପଡ଼ିଛନ୍ତି। ଯାହକୁ ନେଇ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି।