ପୁରୁଣା ଭୁବନେଶ୍ୱର: ବିଏମ୍ସି ଡାକ୍ତରଖାନାେର ଏବେ ଏକ ନୂଆ ସମସ୍ୟା ମୁଣ୍ଡ ଟେକିଛି। ଏଠାକାର ଆଠଜଣ ଡାକ୍ତରଙ୍କୁ ବଦଳି ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ପ୍ରମୋସନ୍ ପରେ ସେମାନଙ୍କ ବଦଳି ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ବିଏମ୍ସି ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିରୋଦ ସାହୁ, ଡା. ବିନାୟକ ନାୟକ, ଡା. ଏସ୍ ଆର୍ ସିଂ, ଡା. ନମିତା ପଣ୍ଡା, ଡା. ଇନ୍ଦ୍ରାଣୀ ନାୟକ, ଡା. ଅଜିତ ଦଳାଇ, ଡା. ରେଖା ଭଗତ, ଡା. ଜୟଦୀପ ଘୋଷଙ୍କୁ ମିଶାଇ ୮ ଜଣଙ୍କର ବଦଳି ହେବ। ସେମାନଙ୍କ ପ୍ରତିବଦଳରେ କେଉଁମାନଙ୍କୁ ନିଯୁକ୍ତ କରାଯିବ, ସେ ନେଇ କୌଣସି ସୂଚନା ଦିଆ ନଯାଇ ଏଭଳି ଅଚାନକ ଭାବେ ବଦଳି କରାଯାଉଥିବାରୁ ସ୍ଥାନୀୟ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ତେବେ ଏହି ବଦଳିକୁ ବାତିଲ କିମ୍ବା ନୂତନ ଡାକ୍ତର ନିଯୁକ୍ତି ବିନା ସେମାନଙ୍କ ବଦଳି କରାଗଲେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି। ଏନେଇ ମେୟର ଅନନ୍ତ ନାରାୟଣ ଜେନା କହନ୍ତି, ପ୍ରମୋସନ ହୋଇଥିବା ଡାକ୍ତରଙ୍କ ବଦଳରେ ନୂତନ ଡାକ୍ତର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ସେମାନଙ୍କୁ ରିଲିଭ୍ ଅର୍ଡର ଦିଆଯିବ ନାହିଁ।
ବିଏମ୍ସି ଡାକ୍ତରଖାନାର ୮ଡାକ୍ତରଙ୍କ ବଦଳି
/sambad/media/post_attachments/wp-content/uploads/2018/09/doctor.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)