ସିଲ୍‌ ହେଲା ୮ ଇଟାଭାଟି

ବାଲିଅନ୍ତା: ବାଲିଅନ୍ତା ତହସିଲ ଅଞ୍ଚଳରେ ଦୀର୍ଘବର୍ଷ ଧରି ବେଆଇନ ଭା‌ବେ ଚାଲିଥିବା ୮ଟି ଇଟାଭାଟିକୁ ଜିଲ୍ଲା ଓ ତହସିଲ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଉକ୍ତ ଇଟାଭାଟି ଗୁଡ଼ିକ ଆଉ କାର୍ଯ୍ୟକ୍ଷମ ହୋଇପାରିବ ‌ନାହିଁ ବୋଲି ଭାଟିରେ ନୋଟିସ ଲଗାଯାଇଛି। ଇଟାଭାଟି ମାଲିକ ଏହାକୁ ଅବମାନନା କଲେ ସେମାନଙ୍କୁ ଗିରଫ କରାଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଆଉ ୪ଟି ଇଟାଭାଟି ସିଲ୍‌ ହେବ ବୋଲି ସୂଚନା ମିଳିଛି।

ଏହି ଚଢ଼ଉରେ ଭୁବନେଶ୍ବର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଭୂତତ୍ବ ବିଭାଗ କର୍ତ୍ତୃପକ୍ଷ ଓ ରାଜ୍ୟ ପ୍ରଦୂଷଣ ବୋର୍ଡ ଉଚ୍ଚ ପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ସୂଚନା ଅନୁସାରେ ଉକ୍ତ ଇଟାଭାଟି ଗୁଡ଼ିକ ପ୍ରଦୂଷଣ ନିୟମ ଉଲ୍ଲଂଘନ କରିବା ସହ ବେଆଇନ ଭାବେ ନଦୀପଠାରୁ ମାଟି ତାଡ଼ୁଥିଲେ। ଏଥିସହିତ ଶିଶୁ ଶ୍ରମିକ ମାନଙ୍କୁ ଭାଟି କାର୍ଯ୍ୟରେ ନିୟୋଜିତ କରିଥିଲେ। ତହସିଲ ପ୍ରଶାସନ ନିକଟରେ ନିୟମିତ ରାଜସ୍ବ ପୈଠ କରିନଥିବା ମଧ୍ୟ ସୂଚନା ମିଳିଛି।

ସମ୍ବନ୍ଧିତ ଖବର