ସଖା କାର୍ଯ୍ୟାଳୟରେ କିନ୍ନରଙ୍କ ଫର୍ମ ପୂରଣ ଶିବିର, ସବ୍‌ଇନ୍‌ସ୍ପେକ୍ଟର୍ ପଦବି ପାଇଁ ଆବେଦନ କଲେ ୮ କିନ୍ନର

ଭୁବନେଶ୍ବର: କିନ୍ନରଙ୍କ ସ୍ବାସ୍ଥ୍ୟ ଓ ଆତ୍ମନିର୍ଭରଶୀଳତା ତଥା ବିଭିନ୍ନ ସମସ୍ୟାକୁ ନେଇ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ‘ସଖା’ କାର୍ଯ୍ୟାଳୟରେ ଆଜି କିନ୍ନରଙ୍କ ପୁଲିସ ପଦବି ପାଇଁ ଆବେଦନ ଶିବିର ଅନୁଷ୍ଠିତ ହୋଇଯାଇଛି। ସମସ୍ତ କିନ୍ନରଙ୍କ ଉଚ୍ଚତା, ଓଜନ ଓ ଅନ୍ୟାନ୍ୟ ପରୀକ୍ଷଣ କରାଯାଇ ମୋଟ ୮ଜଣ ଯୋଗ୍ୟ କିନ୍ନରଙ୍କ ପାଇଁ ସବ୍‌ଇନ୍‌ସ୍ପେକ୍ଟର୍ ପଦବି ପାଇଁ ଆବେଦନ କରାଯାଇଥିଲା। ସଖା ଓ ସିଏଫ୍‌ଏଆର୍‌ର କର୍ମଚାରୀମାନେ ଆବେଦନ ଓ ପରୀକ୍ଷଣରେ ସହଯୋଗ କରିଥିଲେ।

ଏହି ଅବସରରେ ସଖା ପକ୍ଷରୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ତତ୍ତ୍ବାବଧାନରେ କିନ୍ନରଙ୍କ ପାଇଁ ‘ଗରିମା ଗୃହ’ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଏହାକୁ ଆସନ୍ତା ଜୁଲାଇ ୧ରେ ଉନ୍ମୋଚନ କରାଯିବ ବୋଲି ମୀରା ପରିଡ଼ା ସୂଚନା ଦେଇଛନ୍ତି। ତେବେ କିନ୍ନର ଜୀବନଶୈଳୀ ଏବଂ କର୍ମ ନିଯୁକ୍ତି କ୍ଷେତ୍ରରେ ଗୁରୁତ୍ବ ଦିଆଯିବ ବୋଲି ସଖାର ପ୍ରୋଗ୍ରାମ୍ ମ୍ୟାନେଜର ସସ୍ମିତା ଓ ସଖାର କାର୍ଯ୍ୟବାହୀ ନିର୍ଦ୍ଦେଶକ ଶୁଭ ପ୍ରସାଦ କ୍ରିଷ୍ଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର