ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଥିବା ୮ଟି ଦୋକାନକୁ ଆଜି ବିଏମ୍ସି ପକ୍ଷରୁ ସିଲ୍ କରି ଦିଆଯାଇଛି। ଗୁଟ୍ଖା ବିକ୍ରି କରିବା ଓ ଅଯଥାରେ ଗହଳି ଅଭିଯୋଗରେ ଏହି ଦୋକାନଗୁଡ଼ିକୁ ଆସନ୍ତା ୭ ଦିନ ପାଇଁ ସିଲ୍ କରାଯାଇଥିବା ଜଣାପଡ଼ିଛି। ଆଗକୁ ଦୋକାନରେ ଗୁଟ୍ଖା ବିକ୍ରି ନ କରିବା ନେଇ ସତ୍ୟପାଠ ଦାଖଲ କରାଯିବା ପରେ ହିଁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି। ହସ୍ପିଟାଲର ପ୍ରବେଶ ପୂର୍ବରୁ କିଛି ଦୋକାନ ଥିବା ବେଳେ ଏସବୁ ଦୋକାନରେ ନିୟମିତ ଭାବେ ଗୁଟ୍ଖା ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏଥିଲାଗି ବିଏମ୍ସିର ଏକ ସ୍ବତନ୍ତ୍ର ସ୍କାଡ୍ ଆଜି ଚଢ଼ଉ କରିବା ସହ ଏସବୁ ଦୋକାନଗୁଡ଼ିକୁ ସିଲ୍ କରାଯାଇଥିଲା। ଏହାସହ ଏସବୁ ଦୋକାନରୁ ଜବତ ଗୁଟ୍ଖାକୁ ନଷ୍ଟ କରି ଦିଆଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ଆଜି ହସ୍ପିଟାଲର କରୋନା ୱାର୍ଡରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀ ସଂକ୍ରମିତ ହୋଇଛନ୍ତି।
କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ୮ ଦୋକାନ୍ ସିଲ୍
କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଚଢ଼ଉ, ହସ୍ପିଟାଲର ଆଉ ଜଣେ ସୁରକ୍ଷା କର୍ମୀ ସଂକ୍ରମିତ
/sambad/media/post_attachments/wp-content/uploads/2020/09/Shop-Closure.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)