ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’କୁ ପୂରିଲା ୮ ବର୍ଷ

ଭୁବନେଶ୍ବର: କମିସନରେଟ ପୁଲିସ ଓ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଇଏସ୍‌ଡିର ମିଳିତ ସହଯୋଗରେ ଆରମ୍ଭ କରାଯାଇଥିବା ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’କୁ ୮ବର୍ଷ ପୂରିଛି। ତତ୍କାଳୀନ ପୁଲିସ କମିସନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପ୍ରୟା‌ସରେ ଆରମ୍ଭ ହୋଇଥିବା ଏହି ସଂସ୍ଥାଟି ବିଭିନ୍ନ ହିଂସାର ପୀଡ଼ିତାମାନଙ୍କୁ ସହଯୋଗର ହାତ ବଢ଼ାଇ ଚାଲିଛି। ବିଗତ ୮ ବର୍ଷରେ ମୋଟ ୪୬୨୧ଜଣ ମହିଳା ସେମାନଙ୍କ ଅଭିଯୋଗ ନେଇ ମାଧ୍ୟମର ଦ୍ବାରସ୍ଥ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୩୫୪୦ଟି ଅଭିଯୋଗକୁ ପଞ୍ଜୀକରରଣ କରାଯାଇ କାଉନସେଲିଂ କରାଯାଇଥିଲା ଏବଂ ସେଥିମଧ୍ୟରୁ ୨୧୮୨ଟି ମାମଲାର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ହୋଇଛି ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଆଇଏସ୍‌ଡିର ନିଦେର୍ଶିକା ଶୁଭଶ୍ରୀ ଦାସ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂହ, କଟକ ଡିସିପି ପୀନାକ ମିଶ୍ର ଏବଂ କଟକ ଭୁବନେଶ୍ବରର ସମସ୍ତ ଥାନାର ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର