ଖୋର୍ଧା/ଜଟଣୀ: ଖୋର୍ଧା ରେଳ ଡିଭିଜନ୍ରେ ୨୦୧୮-୧୯ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ପାଇଁ ୮୨୪ କୋଟି ୯୧ ଲକ୍ଷ ଟଙ୍କା ମଂଜୁର କରାଯାଇଛି। ସେଥିମଧ୍ୟରୁ ଟ୍ରାକ୍ ନବୀକରଣ ପାଇଁ ୨୮୫ କୋଟି ୭୫ ଲକ୍ଷ ଟଙ୍କା ଓ ବ୍ରିଜ୍ କାର୍ଯ୍ୟ ପାଇଁ ୩୨ କୋଟି ୮୭ ଲକ୍ଷ ଟଙ୍କା ମଂଜୁର କରାଯାଇଛି ବୋଲି ଖୋର୍ଧା ରେଳ ଡିଭିଜନର ଡିଆରଏମ୍ ବ୍ରଜମୋହନ ଅଗ୍ରୱାଲ ପ୍ରକାଶ କରିଛନ୍ତି। ଜଟଣୀସ୍ଥିତ ଡିଆର୍ଏମ୍ ଅଫିସରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ୨୦୧୮-୧୯ ଆର୍ଥିକ ବର୍ଷରେ ଖୋର୍ଧା ରେଳ ଡିଭିଜନ୍ ପାଇଁ ରେଳ ବଜେଟ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଗତ ୧୦ ତାରିଖଠାରୁ ଭୁବନେଶ୍ୱର- ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ସମ୍ବଲପୁର ଦେଇ ଚଳାଚଳ କରିଛି। ଏହାଦ୍ଵାରା ପଶ୍ଚିମ ଓଡ଼ିଶାର ଯାତ୍ରୀମାନେ ଅଧିକ ଉପକୃତ ହୋଇପାରିବେ। ସେହିପରି ଭୁବନେଶ୍ୱର ରେଳ ଷ୍ଟେସନରେ ସମସ୍ତ ପ୍ଲାଟଫର୍ମକୁ ଯିବା ପାଇଁ ଦ୍ଵିତୀୟ ଫୁଟ ଓଭର ବ୍ରିଜ୍ ନିର୍ମାଣ କରାଯିବ। ଏହି ବ୍ରିଜ୍ ଷ୍ଟେସନର ଦକ୍ଷିଣ ପାର୍ଶ୍ଵରେ ନିର୍ମାଣ କରାଯିବ। ଏଥିପାଇଁ ମଧ୍ୟ ଆବଶ୍ୟକୀୟ ଅର୍ଥ ମଂଜୁର କରାଯାଇଛି। ଭଦ୍ରକ ରେଳ ଷ୍ଟେସନ୍ରେ ରାମ୍ପ ସୁବିଧା ଥିବା ଦ୍ଵିତୀୟ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯିବା ପାଇଁ ଅର୍ଥ ମଂଜୁର କରାଯାଇଛି। ଭୁଷଣ୍ଡପୁର, ଖଲ୍ଲିକୋଟ ଓ ରାହାମା ଷ୍ଟେସନ୍ରେ ପ୍ଲାଟଫର୍ମକୁ ଉଚ୍ଚ କରିବା ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟ ଚଳିତ ଆର୍ଥିକ ବର୍ଷରେ ଶେଷ କରାଯିବ। ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ୪ଟି ଓ କଟକ ରେଳ ଷ୍ଟେସନରେ ୩ଟି ଲିଫ୍ଟ ବ୍ୟବସ୍ଥା କରାଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଯାତ୍ରୀମାନଙ୍କ ସୁବିଧା ପାଇଁ ୩ଟି ଲିଫ୍ଟ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ଗୋଟିଏ ଲିଫ୍ଟ ବ୍ୟବସ୍ଥା କରାଯିବ ବୋଲି ଡିଆର୍ଏମ୍ ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀକୁ ଡିସିଏମ୍ ସମ୍ବିତ ସୌରଭ ନାୟକ ପରିଚାଳନା କରିଥିଲେ।
ଖୋର୍ଧା ରେଳ ଡିଭିଜନ୍ ପାଇଁ ୮୨୪ କୋଟି ମଂଜୁର
ଭୁବନେଶ୍ୱର ଷ୍ଟେସନ୍ରେ ଲାଗିବ ଆଉ ଏକ ଲିଫ୍ଟ
/sambad/media/post_attachments/wp-content/uploads/2018/02/jatani-4.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)